କନଷ୍ଟେବଳଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

Spread the love

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କନଷ୍ଟେବଳ ପ୍ରଦୀପ କୁମାର ନାଇକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ଥାନା ନିକଟରେ ଥିବା ଏକ ପୋଖରୀରୁ ଆଜି ସକାଳେ ଉଦ୍ଧାର ହୋଇଛି । ସେ ଗତ ୫ ଦିନ ହେଲା ଛୁଟିରେ ଥିଲେ । ତାଙ୍କ ମୃତ୍ୟୁର କାରଣ ଅଦ୍ୟାବଧି ଜଣାପଡିନାହିଁ । ନନ୍ଦିପଦା ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, ସେ ଗତ କିଛି ଦିନ ତଳେ ଜିଲ୍ଲା ମୁଖ୍ୟାଳୟରୁ ଟ୍ରାନ୍ସଫର ହୋଇ ଏଠାକୁ ଆସିଥିଲେ ।

Leave a Reply

Your email address will not be published. Required fields are marked *