କେନ୍ଦୁଝର ଜିଲ୍ଲାର ନିର୍ବାଚିତ ସମିତି ସଭ୍ୟ/ସଭ୍ୟା ମାନଙ୍କ ପକ୍ଷରୁ ଦାବୀପତ ପ୍ରଦାନ

Spread the love

କେନ୍ଦୁଝର : ଗତ ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ପାଇଁ ନିର୍ବାଚିତ ସମିତି ସଭ୍ୟ/ସଭ୍ୟା ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସେମାନେ କରିଥିବା ଦାବୀ ଗୁଡିକ ମଧ୍ୟରେ ଗ୍ରାମ ପଞ୍ଚାୟତରେ ସମସ୍ତ ସରକାରୀ ସଭା ସମ୍ମିଳନୀକୁ ସରପଞ୍ଚ ମାନଙ୍କ ସହିତ ସମିତି ସଭ୍ୟଙ୍କୁ ଯିବାର ବ୍ୟବସ୍ଥା କରିବା, ଗ୍ରାମ ପଞ୍ଚାୟତର ମାସିକ ବୈଠକ ହେଉ ବା ଜି.ପି.ଡି.ପି. ବୈଠକରେ ସମିତି ସଭ୍ୟ /ସଭ୍ୟାଙ୍କର ଯୁଗ୍ମ ସ୍ୱାକ୍ଷର ରହିବାର ବ୍ୟବସ୍ଥା କରିବା , ଗ୍ରାମ ପଞ୍ଚାୟତ ତଥା ଗ୍ରାମ ମାନଙ୍କରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ସମିତି ସଭ୍ୟମାନେ ବାର୍ଷିକ ଟ ୩୦,୦୦୦,୦୦/- (ତିରିଶ ଲକ୍ଷ)ର ସୁପାରିଶ କରିବା ପାଇଁ ବ୍ୟବସ୍ଥା କରିବା, ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସମିତି ସ୍ୟଙ୍କ ପାଇଁ କାର୍ଯ୍ୟାଳୟ ବ୍ୟବସ୍ଥା କରିବା, ସରପଞ୍ଚ ମାନଙ୍କ ଭଳି ସମିତି ସଭ୍ୟଙ୍କୁ ସାମ୍ବିଧାନିକ କ୍ଷମତା ଦିଆଯିବା ସହ ସମସ୍ତ ପ୍ରମାଣପତ୍ର ସମିତି ସଭ୍ୟମାନେ ସ୍ୱାକ୍ଷର ଦେଇ ପାରିବାର ବ୍ୟବସ୍ଥା କରିବା, ସମିତି ବୈଠକରେ ସମିତି ସଭ୍ୟମାନେ ହିଁ କେବଳ ସ୍ଥାୟୀ ସଭ୍ୟ ରହିବା ଓ ଅନ୍ୟମାନେ ସମିତିର ଅତିଥି ସଭ୍ୟ ରହିବାର ବ୍ୟବସ୍ଥା କରିବା, ଅନାସ୍ଥା ବୈଠକରେ କେବଳ ସମିତି ସ୍ୟମାନେ ଭାଗ ନେବାର ନିୟମ କରିବା, ସମିତି ସଭ୍ୟମାନେ ବିଜୟ ହେଲା ପରେ ଏକ ବିଜୟ ପ୍ରମାଣପତ୍ର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରତ୍ୟେକ ସମିତି ସଭ୍ୟ/ସଭ୍ୟାମାନଙ୍କୁ ଦେବା ବ୍ୟବସ୍ଥା , ସମିତି ସଭ୍ୟମାନଙ୍କୁ ମାସିକ ୩୦,୦୦୦/- (ତିରିଶ ହଜାର) ଟଙ୍କା ଅନରାରିୟମ ଦେବା, ରାଜ୍ୟରେ ସମସ୍ତ ସମିତି ସଭ୍ୟମାନଙ୍କ ପାଇଁ ୧୦,୦୦୦,୦୦(ଦଶ ଲକ୍ଷ) ଟଙ୍କାର ଜୀବନ ବୀମା ସହିତ ସ୍ୱାସ୍ଥ୍ୟ ବୀମା ୧୦,୦୦୦,୦୦ (ଦଶ ଲକ୍ଷ) ଟଙ୍କା କରାଯାଉ, ସମିତି ସଭ୍ୟ/ସଭ୍ୟା ମାନଙ୍କର ପଦବୀରୁ ଅବସର ପରେ ଅବସରକାଳୀନ ଭତା ୧୦,୦୦୦/- (ଦଶ ହଜାର) ଟଙ୍କା ପ୍ରଦାନ କରିବା, କେନ୍ଦୁଝର ଜିଲ୍ଲାଟି ଖଣି ପ୍ରଭାବିତ ଅଞ୍ଚଳ ଅଟେ । ଏଣୁ ଏ ଅଞ୍ଚଳରୁ ଖଣିରୁ ଆସୁଥିବା ଜିଲ୍ଲା ଖଣିଜ ପାଣ୍ଠି (୩୦ ପ୍ରତିଶତ) ରୁ କେନ୍ଦୁଝର ଜିଲ୍ଲାର ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ଉନ୍ନୟନ କାର୍ଯ୍ୟ ପାଇଁ ଦିଆଯିବା ବ୍ୟବସ୍ଥା ଆଦି ଦାବୀ ରହିଛି ।

Leave a Reply

Your email address will not be published. Required fields are marked *