ଏବେବି ବଞ୍ଚିଛି ମାନବିକତା : ଆସିଲେନି ସ୍ୱିପର୍; ଫାଣ୍ଡି ଅଧିକାରୀ ଓ ଆମ୍ବୁଲାନ୍ସ ଚାଳକ ଉଠାଇଲେ ଅଚିହ୍ନା ମହିଳାଙ୍କ ଶବ

Spread the love

ଘଟଗାଁ : ସମାଜରେ କୋଉଠି ନା କେଉଠି ଦୁଃଖି ଓ ଅସହାୟ ଯାହାର କେହି ନାହିଁ ତା’ର ଜଗତର ନାଥ ଜଗନ୍ନାଥ ଥିବା ପରି ଏବେବି ବଞ୍ଚି ରହିଛି ମାନବିକତା । ଅଚିହ୍ନା ମହିଳାଙ୍କ ଶବ ଫଠାଇବାକୁ ଆସିଲାନି ସ୍ୱିପର୍ ହେଲେ ଫାଣ୍ଡି ଅଧିକାରୀ ଓ ଆମ୍ବୁଲାନ୍ସ ଚାଳକ ଦୁହେଁ ମିସି ଶବ ଉଠାଇଲେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ଅନ୍ତର୍ଗତ ଦାନ୍ତିଆ ଗ୍ରାମର ଦାନ୍ତିଆ ସ୍କୁଲ୍ ପାଖ ନଳକୂପ ପାଖରେ ।

ଦୀର୍ଘ ଦିନ ଧରି ଜଣେ ମହିଳା ମାନସିକ ଭାରସାମ୍ୟ ହରାଇ ସେହି ଅଞ୍ଚଳରେ ବୁଲୁଥିବା ବେଳେ ବୁଧବାର ଦିନ ତାର କୌଣସି କାରଣରୁ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ସାଇଁକୁଳ ଫାଣ୍ଡିକୁ ଜଣାଇ ଥିଲେ । ଫାଣ୍ଡି ଅଧିକାରୀ ଭୋଳେଶ୍ୱର ନାଏକ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଡ଼କାଇଥିଲେ, ହେଲେ ଦୁଃଖର ବିଷୟ ହେଉଛି ଶବକୁ ଉଠାଇବା ପାଇଁ କହି ସୁଇପର ଆସି ନଥିବାରୁ ନିଜେ ଆମ୍ବୁଲାନ୍ସ ଡ୍ରାଇଭର କାହ୍ନୁ ଚରଣ ଜେନା ଓ ଫାଣ୍ଡି ଅଧିକାରୀ ଭୋଳେଶ୍ୱର ନାଏକ ନିଜ ହାତରେ ମହିଳାଙ୍କର ମୃତ ଶରୀରକୁ ଉଠାଇ ଷ୍ଟ୍ରେଚର୍ ଦ୍ୱାରା ଆମ୍ବୁଲାନ୍ସରେ ଭର୍ତ୍ତି କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।

ଗ୍ରାମବାସୀ ଏହାକୁ ଦେଖୁଥିଲେ ମଧ୍ୟ ସହଯୋଗ କରିନଥିବାରୁ ଫାଣ୍ଡି ଅଧିକାରୀ ଦୁଃଖ ପ୍ରକାଶ କରିବା ସହିତ ଏମାନେ ସମସ୍ତେ ମାନବିକତା ଭୂଲି ଗଲେଣି ବୋଲି କହିଥିଲେ । ଫାଣ୍ଡି କେଶ ନଂ ୧୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ହରପ୍ରିୟା ସାହୁ ଅଧିକ ତଦନ୍ତ ଜାରୀ ରଖିଛନ୍ତି । ମୃତ ମହିଳାଙ୍କ ଠିକଣା ଜଣା ନଥିବାରୁ ତାଙ୍କୁ ୯୬ ଘଣ୍ଟା ଯାଏ ଡାକ୍ତରଖାନାରେ ରହିବ ବୋଲି ଜଣାପଡିଛି । ଫାଣ୍ଡି ଅଧିକାରୀ ଭୋଳେଶ୍ୱର ନାଏକ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସାରା ଅଞ୍ଚଳରେ ଉଭୟଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିବା ଜଣାପଡିଛି । ଫାଣ୍ଡି ଅଧିକାରୀ ଭୋଳେଶ୍ୱର ନାଏକ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ମହାନତା କାର୍ଯ୍ୟ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Leave a Reply

Your email address will not be published. Required fields are marked *