କେନ୍ଦୁଝରରେ ଠକାମୀର ଶୀକାର ଶହ ଶହ ଚାଷୀ ସୁଧ ପରିଶୋଧ ପରେ ବି ହୋଇ ପାରୁନାହାଁନ୍ତି ସୁଧ ମୁକ୍ତ

Spread the love

କେନ୍ଦୁଝର : କେନ୍ଦୁଝରରେ ଠକାମୀର ଶୀକାର ହୋଇ ମାନସିକ ଯନ୍ତ୍ରଣାରେ ଜର୍ଜରିତ ଶହ ଶହ ଚାଷୀ । ସମସ୍ତ ସୁଧ ପରିଶୋଧ ପରେ ବି ସୁଧମୁକ୍ତ ହୋଇ ପାରୁ ନାହିଁନ୍ତି ଚାଷୀ । ଏଭଳି ଅଭାବନୀୟ ଘଟଣା କେନ୍ଦୁଝରରେ ହିଁ ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କାର ଠକେଇର ଶୀକାର ହୋଇଛନ୍ତି କେନ୍ଦୁଝରର ଚାଷୀ । ଚାଷୀଙ୍କର ରୋଜଗାରକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର କେନ୍ଦ୍ର ସମବାୟ ବ୍ୟାଙ୍କ ସହାୟତାରେ ଲ୍ୟାମ୍ପ ମାଧ୍ୟମରେ ବିନା ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ କଲେ । ଫଳରେ ଚାଷୀ ମନରେ ବିଶ୍ୱାସ ବଢିଲା ଏବଂ ଋଣ ନେଇ ତାହାକୁ ଚାଷ କାମରେ ଲଗାଇଲା । ଫସଲ ଅମଳ ପରେ ଅନେକ ଚାଷୀ ସଂପୁର୍ଣ୍ଣ ଋଣ ପରିଶୋଧ କରିଦେଲେ ତ ଆଉ କିଛି ଚାଷୀ ଅଧା ଅଧି ସୁଝି ଦେଲେ ତଥା ଧୀରେ ଧୀରେ ସୁଝିଲେ । କିନ୍ତୁ ଆଶ୍ଚ ର୍ଯ୍ୟର କଥା ଯେ ଚାଷୀ ଯେତେ ଋଣ ପରିଶୋଧ କଲେ ବି ସେ ଋଣମୁକ୍ତ ହୋଇ ପାରିଲା ନାହିଁ । ସଂପୁର୍ଣ୍ଣ ଋଣ ପରିଶୋଧ ପରେ ବି ପୁଣି ଋଣ ଟଙ୍କା ପଇଠ କରିବାକୁ ଚାଷୀଙ୍କୁ କହୁଛି ଲ୍ୟାମ୍ପ । ଏଭଳି ଘଟଣା ଦେଖିବାକୁ ମିଳିଛି ବିଶେଷ ଭାବେ ସଦର ବ୍ଳକର ମଇଦାନକେଲ ପଚାୟତରେ । ଏହି ପଞ୍ଚାୟତରେ ଥିବା ଲ୍ୟାମ୍ପ ସଂପାଦକ ଋଣ ପ୍ରଦାନ ଲାଗି ଚାଷୀଙ୍କ ଠାରୁ କିଶାନ କାର୍ଡ ସହ ବ୍ଳାଙ୍କ ଚେକ ବହି ନେଇଗଲେ । ଚାଷୀ ଋଣ ଟଙ୍କା ପଇଠ କଲା ବେଳେ ଟଙ୍କା ତା ଠାରୁ ହାତାହାତୀ ନେଲେ । କିନ୍ତୁ ପଇଠ ଟଙ୍କା ଖାତାରେ ଚଢିଲା କି ନାହିଁ ତାହା ଚାଷୀ ଠାରୁ ଗୋପନ ରଖାଗଲା । ଚାଷୀଙ୍କୁ ବହି ନଦେବାରୁ ସେମାନେ ତାଙ୍କର କେତେ ଋଣ ପରିଶୋଧ ହେଲା ସେ ସଂପର୍କରେ ଜାଣି ପାରଲେ ନାହିଁ । ଏବେ ଅନେକ ଚାଷୀ ସେମାନଙ୍କର ଋଣ ସଂପୂର୍ଣ୍ଣ ପରିଶୋଧ ହୋଇଥିବା କଥା କହୁଥିବା ବେଳେ ଲ୍ୟାମ୍ପ କହୁଛି ଋଣ ଟଙ୍କା ବାକି ରହିଛି । ଫଳରେ ଚାଷୀ ଏବେ ନଗଦ ଟଙ୍କା ଦେଇ ସାର ଓ ବିହନ କିଣିବାକୁ ବାଧ୍ୟ ହେଉଛି ।

ଏଭଳି ଠକାମୀର ଶୀକାର ଚାଷୀମାନେ ଏ ସମ୍ପର୍କରେ ଯେତେ ଅଭିଯୋଗ କଲେବି କେହି ସେମାନଙ୍କର କଥା ଶୁଣୁ ନଥିବା ସେମାନେ ଏକହିଚନ୍ତି । ଏ ସମ୍ପର୍କରେ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କାନନ ବିହାରୀ ପହୀଙ୍କ ସହ ଯୋଗ ଯୋଗ କରିବାରେ ସେ ଏହାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଚାଷୀଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏବେ କେବେ ଠକାମୀର ଶୀକାର ଚାଷୀଙ୍କୁ ନ୍ୟାୟ ମିଳିବ ତାହା ହିଁ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *