କେନ୍ଦୁଝର ପାଇଁ ଗୈାରବ ଆଣିଲେ ମିମାଂସା: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରୁ ପ୍ରାପ୍ତ କଲେ ସ୍ୱର୍ଣ୍ଣ ପଦକ

Spread the love

କେନ୍ଦୁଝର : କେନ୍ଦୁଝର ଝିଅ ମିମାଂସା ପଟ୍ଟନାୟକ ଉତର ଓଡିଶା ବିଶ୍ୱବିଦ୍ୟାଳୟରେ ଇଂଲିସ ଅନର୍ସରେ ଫାଷ୍ଟ କ୍ଲାସ ଫାଷ୍ଟ ପୋଜିସନ ହାସଲ କରିବା ସହ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବାରିପଦାସ୍ଥିତ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦର ପ୍ରତିଷ୍ଠାତା ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମିମାଂସାଙ୍କୁ ସ୍ୱର୍ଣ୍ଣ ପଦକ ସହ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନିତ କରିଛନ୍ତି ।

ମିମାଂସା କେନ୍ଦୁଝର ମହିଳା ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ୨୦୨୧ ବର୍ଷ ଇଂଲିସ ଅନର୍ସରେ ସମଗ୍ର ଉତର ଓଡିଶା ବିଶ୍ୱବିଦ୍ୟାଳୟର ଫାଷ୍ଟ କ୍ଲାସ ଫାଷ୍ଟ ପୋଜିସନ ପାଇ ସ୍ୱର୍ଣ୍ଣ ପଦକ ପାଇବାର ଯୋଗ୍ୟତା ହାସଲ କରିଥିଲେ । ମିମାଂସା ହେଉଛନ୍ତି କେନ୍ଦୁଝର ସହରର ଜଣାଶୁଣା ସମାଜସେବୀ ବିଧୁ ଭୁଷଣ ପଟ୍ଟନାୟକ ଓ ସସ୍ମିତା ପଟ୍ଟନାୟକଙ୍କ ଏକମାତ୍ର କନ୍ୟା । ମିମାଂସଙ୍କର ଏହି ସଫଳତା ପରେ ଏବେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଅନ୍ୟପକ୍ଷରେ ନିଷ୍ଠା, ଏକାଗ୍ରତା, ଅଧ୍ୟବସାୟ ସଫଳତାର ମୂଳମନ୍ତ୍ର ବୋଲି କହିଛନ୍ତି ମିମାଂସା ।

Leave a Reply

Your email address will not be published. Required fields are marked *