ହାତୀ ଆକ୍ରମଣରେ ବୃଦ୍ଧ ମୃତ

Spread the love

ଚମ୍ପୁଆ : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡ। ସେକ୍ସନ ଜ୍ୟୋତିପୁର ବିଟ୍ କେମୁଣ୍ଡିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି । ବୃଦ୍ଧଙ୍କ ନାମ କାହ୍ନୁ ଚରଣ ନାଏକ ବୟସ (୫୭) । ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ବୃଦ୍ଧ କାହ୍ନୁଚରଣ ଗ୍ରାମ ନିକଟସ୍ଥ ବୈତରଣୀ ନଦୀ କୁ ଯାଇଥିବା ବେଳେ ନଦୀ କୂଳ ନିକଟସ୍ଥ ବୁଦା ପାଖରେ ଲୁଚି ରହିଥିବା ଏକ ମାଈ ହାତୀ ହଠାତ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା ଓ ଶୁଣ୍ଢରେ ଧରି ତାଙ୍କୁ କଚାଡି ଦେଇଥିଲା । ଖବର ପାଇ ଚମ୍ପୁଆ ବନପାଳ କାଳନ୍ଦୀ ସାମଲଙ୍କ ସମେତ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ପଲ ଙ୍କୁ ଘଉଡାଇବା ପରେ ବୃଦ୍ଧ ଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଯୋଗ୍ୟ କି ୨୨ଟିକିଆ ହାତୀପଲ ଦୁଇ ଭାଗରେ ବିଭକ୍ତ ହୋଇ ସେଥିମଧ୍ୟରୁ ୧୬ଟି ହାତୀ ବନିକା ବିଟ୍ କାଟୁଳିକନା କୁ ଚାଲିଯାଇଥିଲା ବେଳେ ଅନ୍ୟ ୬ଟି ହାତୀ ଜ୍ୟୋତିପୁର ବିଟ୍ ଉଚ୍ଚବାଲି ପଞ୍ଚାୟତ କେମୁଣ୍ଡିଆ ଗ୍ରାମ ନିକଟ ବୈତରଣୀ ନଦୀକୂଳ ଜଙ୍ଗଲରେ ଡେରା ପକାଇଛନ୍ତି l ବନ ବିଭାଗ କର୍ମଚାରୀ ଓ ହାତୀ ସ୍କ୍ୱାର୍ଡ ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *