ନାହିଁ ନାହିଁ ରେ ରିମୁଳି (ଖ ୨) ଅଙ୍ଗନୱାଡି : ୩ ଲକ୍ଷ ଖର୍ଚ୍ଚ ପରେବି ନାହିଁ ଜଳ କି ବିଜୁଳି

Spread the love

ଚମ୍ପୁଆ : ଅଙ୍ଗନୱାଡି ରେ ବିଦ୍ୟୁତିକରଣ ଓ ଜଳ ଯୋଗାଣ ନାଁ ରେ ଖର୍ଚ୍ଚ ହେଲା ୩ ଲକ୍ଷ କିନ୍ତୁ ନା ବିଜୁଳି ଜଳିଲା ନା ପାଣି ମିଳିଲା । ଗ୍ରୀଷ୍ମର ଉତାପରେ ସିଝୁ ଛନ୍ତି, ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଅଙ୍ଗନୱାଡି କେନ୍ଦ୍ରର କୁନି କୁନି ଶିଶୁ କ୍ଷ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ଗ୍ରାମ ପଂଚାୟତ ର ରିମୁଳି(ଖ) ୨ ଅଙ୍ଗନବାଡି କେନ୍ଦ୍ରରେ । ସୂଚନା ଅନୁଯାୟୀ, ରିମୁଳି ପଞ୍ଚାୟତ ଅଫିସ ନିକଟରେ ଥିବା ରିମୁଳି (ଖ)୨ ଅଙ୍ଗନବାଡ଼ି କେନ୍ଦ୍ର ରେ ରିମୁଳି ପଂଚାୟତ କାର୍ଯ୍ୟାଳୟ ତରଫରୁ ପଂଚଦଶ ଅର୍ଥ କମିଶନ ପାଣ୍ଠି ର ୨୦୨୧-୨୨ ଆର୍ôଥକ ବର୍ଷ ର ଅନୁଦାନ ରେ ୫୦,୦୦୦ ଟଙ୍କା ଅଙ୍ଗନବାଡ଼ି କେନ୍ଦ୍ର ରିମୁଳି ଠାରେ ଜଳ ଯୋଗାଣ ଏବଂ ବିଦ୍ୟୁତିକରଣ ପାଇଁ ଖର୍ଚ୍ଚ କରାଯାଇଥିବା ବେଳେ ଏହି କାର୍ଯ୍ୟ ତା ୦୩.୦୧.୨୦୨୨ ରିଖ ରେ ସମ୍ପୂର୍ଣ୍ଣ ହୋଇଥିଲା । ତେବେ ପୁଣି ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ତରଫରୁ ୫ ତମ ଏସଏଫସି ପାଣ୍ଠି ର ୨୦୨୧-୨୨ ବର୍ଷର ଆର୍ôଥକ ଅନୁଦାନ ରେ ରିମୁଳି ପଂଚାୟତ କାର୍ଯ୍ୟାଳୟ ନିକଟ ଅଙ୍ଗନବାଡ଼ି କେନ୍ଦ୍ରର ଶୌଚାଳୟ ଓ ଜଳ ଯୋଗାଣ ପାଇଁ ୨,୫୦,୦୦୦ ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଏହି କାର୍ଯ୍ୟ ତା ୧୮.୦୪.୨୦୨୨ ରିଖ ରେ ସମ୍ପୂର୍ଣ ହୋଇ ସାରିଥିବା ସୂଚନା ହସ୍ତଗତ ହୋଇଛି । ତେବେ ଏହି କାର୍ଯ୍ୟ ସମ୍ପୂର୍ଣ ହେବାର ଦୀର୍ଘ ୧ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଏହି ଅଙ୍ଗନବାଡି କେନ୍ଦ୍ର କୁ ଜଳ ଯୋଗାଣ ହୋଇ ପାରିଲା ନା ବିଜୁଳି ସଂଯୋଗ ହୋଇ ପାରିଲା କ୍ଷ ସରକାରୀ ତହବିଲ ରୁ ସର୍ବମୋଟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଙ୍ଗନବାଡି ଗୃହରେ ଜଳ ଯୋଗାଣ ସମ୍ଭବ ହୋଇ ପାରି ନ ଥିବା ବେଳେ ବିଜୁଳି ସଂଯୋଗ ମଧ୍ୟ ହୋଇ ପାରି ନାହିଁ । ଅଙ୍ଗନବାଡ଼ି କେନ୍ଦ୍ର ଛାତରେ ବିଜୁଳୀ ପଙ୍ଖା ଓହଳି ରହିଥିବା ବେଳେ କାନ୍ଥରେ ବିଜୁଳୀ ବତୀ ବିନା ସଂଯୋଗରେ ଲାଗି ରହିଛି । ଅଙ୍ଗନବାଡି ଆସୁଥିବା କୁନି କୁନି ପିଲା ମାନଙ୍କୁ ପିଇବା ପାଣି ଯୋଗାଇ ଦେବା ସହିତ ସେମାନଙ୍କୁ ଗରମ ଦାଉ ରୁ ରକ୍ଷା କରିବା ଉଦ୍ଦେଶ୍ୟ ରେ ଖର୍ଚ୍ଚ କରାଯାଇଥିବା ୩ ଲକ୍ଷ ଟଙ୍କାର କୌଣସି ସୁଫଳ ଅଙ୍ଗନବାଡ଼ି କେନ୍ଦ୍ରର ଛୋଟ ପିଲା ମାନେ ପାଇ ପାରୁ ନ ଥିବାରୁ ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଏହି ଅଙ୍ଗନବାଡି କେନ୍ଦ୍ର ର ଚଟାଣରେ ଲଗାଯାଇଥିବା ଟାଇଲସ ଗୁଡିକରୁ ଅଧିକାଂଶ ଭାଙ୍ଗି ଯାଇଥିବାବେଳେ ଏଥିରେ ଅତି ନିମ୍ନ ମାନର ଟାଇଲସ ବ୍ୟବହାର କରାଯାଇଥିବା ଅଭିଯୋଗ ହେଉଛି । ତେବେ ଚମ୍ପୁଆ ସିଡ଼ିପିଓ ସୀତା ମୂର୍ମୁଙ୍କୁ ଅଙ୍ଗନବାଡିର ବିଦ୍ୟୁତ୍ ସଂଯୋଗ ବିଷୟରେ ଯୋଗାଯୋଗ କରିବାରୁ ସେ କେନ୍ଦୁଝର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅଙ୍ଗନବାଡି ରେ ବିଦ୍ୟୁତ୍ ସଂଯୋଗ ପାଇଁ ଆବଶ୍ୟକ ପାଣ୍ଠି ପାଇଁ ଚିଠି ଲେଖିଛନ୍ତି ପାଣ୍ଠି ମିଳିବା ପରେ ଅଙ୍ଗନବାଡି ରେ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି କହିଛନ୍ତି । ତେବେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କ ମଧ୍ୟରେ ସମନ୍ୱୟ ର ଅଭାବ କାରଣରୁ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଯୋଜନା ର ସୁଫଳ ଲୋକଙ୍କ ପାଖରେ ପହଂଚି ପାରୁ ନ ଥିବା ବେଳେ ସରକାରୀ ଅନୁଦାନର ଅର୍ଥ କେବଳ ପାଣିରେ ପଡିବା ସାର ହେଉଛି ।

Leave a Reply

Your email address will not be published. Required fields are marked *