କେନ୍ଦୁଝର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ସଚେତନତା ସୃଷ୍ଟି ଅଭିଯାନ

କେନ୍ଦୁଝର : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ମିଶନ ଲାଇଫ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କେନ୍ଦୁଝର ଆଚଂଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦୁଝର ଗଡ ପୌରପାଳିକ ପକ୍ଷରୁ ଆରମ୍ଭ ହୋଇଛି । ପରିବେଶ ସଂରକ୍ଷଣ ପାଇିଁ କେନ୍ଦ୍ର ସରକାର ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ପାଇିଁ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ପରିବେଶ ଓ ପ୍ରକୃତି ପାଇିଁ ବିପଜ୍ଜନକ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର କହିଥିଲେ । ବିଶ୍ୱ ସ୍ତରରେ ଏହାକୁ ନିଷେଦ୍ଧ କରାଗଲାଣି । ପ୍ଲାଷ୍ଟିକ ବଦଳରେ ପରିବେଶ ଅନୁକୂଳ ଏବଂ ନଷ୍ଟ ହୋଇ ପାରୁଥିବା ସାମଗ୍ରୀ ବ୍ୟବହାର କରିବାକୁ ସଚେତନ କରାଯାଇଥିଲା । ଏକକ ବ୍ୟବହାର ପ୍ଲାଷ୍ଟକ କୁ ଘରକୁ ନ ନେବା ପାଇିଁ ଶ୍ରୀ କର ସମଗ୍ର କେନ୍ଦୁଝର ଜିଲ୍ଲାବାସୀଙ୍କୁ ବିଶେଷ କରି ମହିଳା ମାନଙ୍କୁ ଅନୁରୋଧ କରିଛନ୍ତି । ଯାହା ଫଳରେ ସ୍ୱଛ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ହୋଇ ପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଗଡ ପୌରପାଳିକା , ରୋଟାରୀ କ୍ଳବ , ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୟାର ( ବଡବିଲ) , ଏମ.ଏସ.ପି. ସ୍ପଞ୍ଜ ଆଇରନର ପରିବେଶ ବିଭାଗ , ସ୍ୱେଛାସେବୀ ଅନୁଷ୍ଠାନ , ତଥା ଶିକ୍ଷାନୁଷ୍ଠାନ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇତିଲେ । ସ୍ଥାନୀୟ ପରିବେଶ ଉଦ୍ୟାନ ଠାରେ ସମ୍ମିଳିତ ହୋଇ ପରିବେଶକୁ କିପରି ପ୍ଳାଷ୍ଟିକ ମୁକ୍ତ କରାଯାଇ ସୁରକ୍ଷା କରାଯାଇ ପାରିବ ଓ ପୃଥିବୀକୁ ଧ୍ୟଂସ ମୁଖରୁ ଉଦ୍ଦାର କରାଯାଇ ପାରିବ ସେ ବିଷୟରେ ସଚେତନତା କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ପ୍ଲାକାର୍ଡ ଧରି ସଚେତନତା ବାର୍ତା ବାଟିଂଥିଲେ । ବିଭିନ୍ନ କଂପାନୀ ସଂଗଠନର ସ୍ୱଛାସେବୀ ମାନେ ସାମିଲ ହୋଇ କଟକ ବସ ଷ୍ଟପ , ସର୍କିଟ ହାଉସକୁ ସଂଯୋଗ କରୁଥିବା ରାସ୍ତା ସଫେଇ କରିବା ସହ ସଚେତନତା ସୃଷ୍ଟି କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ , ବିବାହ , ବ୍ରତଘର , ଭୋଜି ଆଦିରେ ବହୁଳ ପରିମାଣରେ ଏକକ ବ୍ୟବହାର ପ୍ଳାଷ୍ଟିକ ବ୍ୟବହାର ହେଉଛି । ଏପରିକି ବ୍ୟାନ ହେବା ପରେ ଲୁଚା ଛପା ଭାବେ ମଧ୍ୟ ବ୍ୟବହାର ହେଉଛି ।ଏହାକୁ ରୋକିବା ପାଇିଁ ସମସ୍ତଙ୍କର ସହେଯାଗ କାମନା କରାଯାଇଥିଲା । ଏହି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ବର୍ଷ ତମାମ ଚାଲୁ ରହିବ ବୋଲି ସୂଚନା ଦିଆଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *