ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସରେ ଘରେ ଘରେ ଲାଗିଲା ପୋଷ୍ଟର

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଓ ଗ୍ରାମପଞ୍ଚାୟତର ମିଳିତ କ୍ରମେ ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ ଅବସରରେ ହରିଚନ୍ଦନପୁର ବ୍ଲକ ପିଟାପିଟି ଗ୍ରାମପଞ୍ଚାୟତ ଝାଡ଼ପୋଖରୀ ଗ୍ରାମର ଅଚ୍ୟୁତାନନ୍ଦ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁ ଯୋଗଦେଇ ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ ବାବଦରେ ଧାରଣା ଦେବା ସହିତ ଅଭିଭାବକ ଓ ଶିଶୁଙ୍କ ପ୍ରତି ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ କହିଥିଲେ । ପରେ ବ୍ଲକ ସଂଯୋଜକ ଅଶୋକ କୁମାର ସାହୁ, ଶିଶୁ ସୁରକ୍ଷା, ଶିକ୍ଷା ବିକାଶ, ପରିବେଶ ସନ୍ତୁଳନ ରକ୍ଷା, ବାଲ୍ୟ ବିବାହ ଓ ଶିଶୁ ଶ୍ରମିକକୁ ରୋକ ଦେବା ପ୍ରସଙ୍ଗରେ ବିଶଦ ଭାବେ ଆଲୋଚନା କରିଥିଲେ । ପରେ ଗ୍ରାମବାସୀ ଝାଡ଼ପୋଖରୀ ଗ୍ରାମର ପ୍ରତ୍ୟେକ ଘର ଘରକୁ ଯାଇ “ଆମ ଘରେ ଶିଶୁ ଶ୍ରମିକ ନାହିଁ” ଲେଖାଥିବା ପୋଷ୍ଟର ଘରର ମୁଖିଆଙ୍କ ସହମତିରେ ନିଜେ ଘର କାନ୍ଥରେ ଲଗାଇଥିଲେ । କାର୍ଯ୍ୟକ୍ରମରେ ବ୍ଲକ ବିଦ୍ୟାଳୟ ପରିଚାଳନା କମିଟି ଫେଡେରେସନର ସଭାପତି ଦୁଷ୍ମନ୍ତ ବେହେରା, ଆଶାକର୍ମୀ ଦମୟନ୍ତୀ ନାଏକ, ୱାର୍ଡ ମେମ୍ବର ବଳଭଦ୍ର ନାଏକ, ବିଚିତ୍ରା ବେହେରା, ସୁଷମା ନାଏକଙ୍କ ସମେତ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଆସ୍ପାୟାର ଅନୁଷ୍ଠାନର କ୍ଲଷ୍ଟର ସଂଯୋଜକ ସୁବ୍ରତ ସେଠୀ, ଚିନ୍ମୟ ବେଜ୍, ଶିକ୍ଷୟତ୍ରୀ ଲିନା ବେହେରା, ପରେଶ ସେଠୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *