ନେଟିଭ ଭଏସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ, ପ୍ଲାଷ୍ଟିକ ପ୍ରଦୂଷଣ ବର୍ଜନ ଓ ନିୟନ୍ତ୍ରଣ ଉପରେ ଚର୍ଚ୍ଚା

Spread the love

ବଲାଣି : ଖଣି ଅଞ୍ଚଳର ପରିବେଶୀୟ ସଙ୍ଗଠନ ନେଟିଭ ଭଏସ ପକ୍ଷରୁ ସ୍ଥାନୀୟ ବିକାଶ ମହଲ ସଭା ଗୃହରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଜାତିସଙ୍ଘର ପରିବେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଚଳିତ ବର୍ଷ ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ପରିବେଶ ଦିବସକୁ ପାଳନ କରାଯାଇଛି । ସର୍ବ ପ୍ରଥମେ ନେଟିଭ ଭଏସର ସମ୍ପାଦକ ରସାନନ୍ଦ ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟର ସାତ ଜଣ ବାଳକ ବାଳିକାଙ୍କୁ ବଛାଯାଇ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ନିଜର ବାର୍ତା ରଖିବାକୁ ସୁଯୋଗ ଦିଆ ଯାଇଥିଲା । ସେମାନଙ୍କ ମଧ୍ୟରେ ସହିଦ ରତନ ପ୍ରଧାନ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ସତ୍ୟଜିତ ଗିରି, ଜିନ୍ଦଲ ସ୍କୁଲ ନବମ ଶ୍ରେଣୀ ଛାତ୍ର, ବିପ୍ଳବ କୁମାର ବେହେରା, ସେଣ୍ଟ ମେରୀ ଓଡ଼ିଆ ସ୍କୁଲ ସପ୍ତମ ଶେଣୀ ଛାତ୍ରୀ ଗୀତାଞ୍ଜଳି ପରିଡା, ନବମ ଶ୍ରେଣୀ ଛାତ୍ରୀ, ଲାବନ୍ୟା ଶିନ୍ହା, ସେଣ୍ଟ ମେରୀ ସ୍କୁଲ ନବମ ଶ୍ରେଣୀର ଛାତ୍ରଛାତ୍ରୀ ସାଧାନା ପ୍ରସାଦ, କ୍ରିତିକା ପାଣ୍ଡେ ଓ ସାଗର ଶର୍ମା ରହିଥିଲେ ଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶାର ଜଳ ପୁରୁଷ ଭାବେ ପରିଚିତ ରଞ୍ଜନ କିଶୋର ପଣ୍ଡା ଉପସ୍ଥିତ ରହି ଥିଲେ ଓ ସମ୍ମାନିତ ଅତିଥି ଭାବେ ବଡ଼ବିଲ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଗୋଲୋକ ଗିରି ଓ ସହରର ବରିଷ୍ଠ ନାଗରିକ ତଥା ପରିବେଶ ପ୍ରେମୀ ବିଜୟ ମହାନ୍ତି ରହିଥିଲେ ଓ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଆଗାମୀ ୨୦୨୫ ସୁଦ୍ଧା ନିଜ ଆଖପାଖରେ ଥିବା ସମସ୍ତ ଭୋଜି ସ୍ଥାନ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଦୀର୍ଘଦିନ ସେବା ପାଇଁ ବରିଷ୍ଠ ମହିଳା ସଫେଇ କର୍ମୀ ଉଲାସି କାରୁଆ ଓ ପୁରୁଷ ମଧ୍ୟରେ ପ୍ରତିପାଳ କାରୁଆଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସଭାକାର୍ଯ୍ୟ ସଙ୍ଗଠନର ସଭାପତି ବସନ୍ତ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସଂଗଠନର ସଦସ୍ୟ ବିକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସେବା ଗୃପର ସଂସ୍ଥାପକ ଶଙ୍କର କନାର, ଶିକ୍ଷକ ଚିନ୍ତାମଣି ଶର୍ମା ଓ ନେଟିଭ ଭଏସର ସଦସ୍ୟ ଗଣ କାର୍ଯ୍ୟରେ ସହଯୋଗ କରିଥିଲେ ଓ ପରିବେଶ ଦିବସ ପୂର୍ତି ସନ୍ଧ୍ୟାରେ ରୋଇଡା ସ୍ଥିତ ସୁନା ନଦୀ କୁନ୍ଦୁରୁନାଳ ମୁହାଣ ବଣଭୋଜି ସ୍ଥାନ ଗୁଡିକ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ କରାଇବା ସହିତ ୟୁଥ ଫର ଓଡିଶା ସଂସ୍ଥାପକ ରଞ୍ଜନ ପଣ୍ଡା ପାଖପାଖି ୩୦ରୁ ଉର୍ଦ୍ଧ୍ୱ ଯୁବକଙ୍କୁ ଶପଥ ପାଠ କରାଇଥିଲେ ।

Leave a Reply

Your email address will not be published. Required fields are marked *