ବଡ଼ଦାଣ୍ଡରେ ବିକ୍ରି ହେଉଥିବା ଖଜା ଦିଅଁଙ୍କ ଭୋଗ ନୁହେଁ

Spread the love

ପୁରୀ : ମହାପ୍ରସାଦର ଅନୁରୂପ ଭାବେ ରୋଷେଇ କରି କୁଡ଼ୁଆରେ ଭର୍ତି କରି ରଖିଥିବା ଖବର ପ୍ରସାରଣ ପରେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ସେହିପରି ପ୍ରତିଦିନ ପ୍ରାୟ ୫ କ୍ୟୁଣ୍ଟାଲ ଫେଣି ଖଜା ଦିଅଁଙ୍କ ଭୋଗ କହି ବଡ଼ଦାଣ୍ଡରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ଏହି ଖଜାର ପ୍ରସ୍ତୁତି ବିଭିନ୍ନ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଗୋଡ଼ରେ ଚକଟି ବିକ୍ରି କରାଯାଉଥିବା ଶୁଣିବାକୁ ମିଳୁଛି । ବଡ଼ଦାଣ୍ଡ, ସମୁଦ୍ରକୂଳ, ବସଷ୍ଟାଣ୍ଡ, ସ୍ୱର୍ଗଦ୍ୱାର,ଅଠରନଳା ସମତେ ସାହିଗଳି କନ୍ଦି ଛକରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଖୋଲା ଖଜା ଦୋକାନରେ ଏହି ଖଜା ବିକ୍ରି ହେଉଛି । ବାହାରୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମହାପ୍ରଭୁଙ୍କ ଖଜା ଭାବି ମୁଣ୍ଡିଆ ମାରିବା ସହ ଅତ୍ୟଧିକ ମୂଲ୍ୟ ଦେଇ କିଣୁଥିବା ଦେଖିବାକୁ ମିଳୁଛି । ଯଦି ଅଭଡ଼ାର ନକଲ ହୋଇପାରିଲା ତାକୁନେଇ ଖୋଳତାଡ଼ ଆରମ୍ଭ ହୋଇଛି । ତେବେ ପ୍ରତିଦିନ ଖଜା ଦୋକାନରୁ ଗ୍ରାହକମାନେ ଭୋଗ ନାମରେ ଠକେଇର ଶିକାର ହୋଇପଡ଼ୁଥିବା ବେଳେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ମଇଦାକୁ ଗୋଡ଼ରେ ଚକଟି ପାଗ କରାଯାଉଛି । ପରେ ବେଲାଯାଇ ଖଜା ଆକୃତିର ପରସ୍ତ ପରସ୍ତ କରି ରଖାଯାଉଛି । ପରେ ଏହାକୁ ଛଣାଯାଇ ବିଭିନ୍ନ ସ୍ଥାନକୁ ଯୋଗାଇ ଦିଆଯାଉଛି । ମାସ ମାସ ଦରି ରହିବା ପରେ ବିକ୍ରି ପୂର୍ବରୁ ଶିରାରେ ବିକ୍ରି କରାଯାଉଛି । ଅନେକ ବଙ୍ଗୀୟ ଭକ୍ତ ଏହି ଖଜା ଖାଇ ନାଳରକ୍ତ ଝାଡ଼ା, ପେଟ ମୋଡ଼ିବା ସହ ପେଟ ଅନେକ ରୋଗ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ରଥଯାତ୍ରା ସମୟରେ ପ୍ରତିଦିନ ୨୦ କ୍ୟୁଟାଂଲରୁ ଉର୍ଦ୍ଧ୍ୱ ଖଜା ବିକ୍ରି ହେବାର ସମ୍ଭାବନା ରହିଛି । ରଥଯାତ୍ରା ପାଇଁ ୫ଜଣ ଖାଦ୍ୟ ନିରାପତା ଅଧିକାରୀ ଦ୍ୱାୟୀତ୍ୱରେ ରହିଥିଲେମଧ୍ୟ ଖଜା ପସରାରେ ହାତ ମାରୁ ନଥିବା କୁହାଯାଉଛି । ଅନ୍ୟପକ୍ଷରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଖଜା ବ୍ୟବସାୟଙ୍କୁ ଏକାଠି କରି ଖଜା ଚକଟା ଯନ୍ତ୍ର ଋଣରେ ଯୋଗାଇ ଦେବା ପାଇଁ ୩ ବର୍ଷ ପୂର୍ବରୁ ନିଷ୍ପତି ହୋଇଥିôଲେ ମଧ୍ୟ ଏହି ଫାଇଲ ଏବେ ନାଲି ଫିତାରେ ବନ୍ଧା ହୋଇ ରହିଛି । ଖାଲି ଅଭଡ଼ା ନକଲି ନୁହେଁ ଖଜା ନକଲିକୁ ଧରିବା ପାଇଁ ଭକ୍ତ ମହଲରୁ ଦାବି ହେଉଛି । ଏହାସହ ଖଜା ଦୋକାନରେ ଏହା ଜଗନ୍ନାଥଙ୍କ ଭୋଗ ନୁହେଁ ଜଳଖିଆ ପାଇଁ ଉଦ୍ଧିଷ୍ଟ ବୋଲି ସାଇନବୋର୍ଡ଼ରେ ଲେଖିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *