ଶ୍ରୀମନ୍ଦିରରେ ଆଜି ଖଳିଲାଗି ଏକାଦଶୀ ବାଜିଲା ଘଣ୍ଟ କାହାଳୀ -ଲାଗିହେଲା ତୁଳସୀ

Spread the love

ପୁରୀ : ଆଜି ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ । ଅସୁସ୍ଥ ଶ୍ରୀଜୀଉ ଗତକାଲି ଚକାବିଜେ ପରେ ଆଜି ସୁସ୍ଥ ଅନୁଭବ କରୁଛନ୍ତି । ଆଜି ବାଜିବ ଘଣ୍ଟ ଓ କାହାଳୀ । ପୂର୍ବରୁ ଶ୍ରୀଜୀଉଙ୍କୁ ଶୁକ୍ଳ ବାସ୍ନାହୀନ ଫୁଲ ଲାଗି ହେଉଥିଲା, ଆଜି ସୁବାସିତ ଫୁଲ ଓ ତୁଳସୀ ଲାଗି ହେବ । ଆସନ୍ତାକାଲି ଚନ୍ଦନଲାଗି ହେବ । ଆଜି ଆଷାଢ଼ ଶୁକ୍ଳ ଏକାଦଶୀ, ଏହାକୁ ଅଣସର ଏକାଦଶୀ, ଯୋଗିନୀ ଏକାଦଶୀ ଓ ଖଳିଲାଗି ଏକାଦଶୀ କୁହନ୍ତି । ଦଇତାପତି ଓ ପତିମହାପାତ୍ର ସେବକ ଅଣସର ପିଣ୍ଡି ରେ ଗୁପ୍ତସେବା ରେ ଲାଗିଛନ୍ତି । ଚେରମୁଳି, ଫୁଲୁରୀ ତେଲ ଓ ଓଷଲାଗି ପରେ ଶ୍ରୀଜୀଉ ସୁସ୍ଥ ହେବାରେ ଲାଗିଛନ୍ତି । ଶୁଦ୍ଧ ସୁଆରମାନେ ଖଳି ଯୋଗାଇଥିଲେ, ତାହା ଆଜି ରାତିରେ ଲାଗିହେବ । ଦଶମୂଳ ମୋଦକ ପରେ ପ୍ରଭୁ ସୁସ୍ଥ ହେବେ । ଘଣ୍ଟା ଓ କାହାଳୀ ବାଜିଲା ପରେ ଭକ୍ତ ପ୍ରଭୁ ସୁସ୍ଥ ହେବା ଖବର ଜାଣିବେ । ଆସନ୍ତାକାଲି ପ୍ରଭୁ ରକ୍ତବସ୍ତ୍ର ଲାଗି ହେବ । ରାଘବଦାସ ମଠ ବାଇସି ହାଣ୍ଡି ଖଇ, କୋରା, କଦଳୀ, ପଣସ, ଆମ୍ବ ଫଳ ଲାଗି ହେବ । ପାଳିଆ ଖୁଣ୍ଟିଆ ସେବକ ମଣିମା ଡାକ ଦେବେ । ହଡପ ନାୟକ ବିଡ଼ିଆ ପାନ ମଣୋହି ପାଇଁ ପାନ ଦେବେ । ଆଜି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ରେ ସୁବାସିତ ଦ୍ରବ୍ୟ ଚନ୍ଦନ, କର୍ପୁର ଚୁଆ, କସ୍ତୁରୀ ଓ କୁକୁମ ଲାଗି ହେବ । ଶୁଦ୍ଧ ସୁଆର ପୂର୍ବରୁ ଗହମ ଗୁଣ୍ଡ କୁ ଶୁକ୍ଳ ବସ୍ତ୍ର ରେ ଛାଣି ଖଳି ଗାରଦ ରେ ଦେଇଥିଲେ । ଶଙ୍ଖକୁ ପୋଡି ଗୁଣ୍ଡ କରି ଖଡ଼ି ପ୍ରସ୍ତୁତ କରି ଲାଗି ହେବ । ଯାହାଫଳରେ ଶ୍ରୀଜୀଉ ଉଜ୍ୱଳ ଦେଖାଯିବେ ।

Leave a Reply

Your email address will not be published. Required fields are marked *