ସର୍ବସାଧାରଣ ରାସ୍ତାକୁ ମୁକ୍ତ ପାଇଁ ପୁନର୍ବାର ଜିଲାପାଳଙ୍କ ଦ୍ୱାରସ୍ଥ

ଖୋର୍ଦ୍ଧା : ସଦର ଥାନା ଅନ୍ତର୍ଗତ ଛତିପୁର ଗାଁରେ ଜନୈକ ବ୍ୟକ୍ତି ଗ୍ରାମର ସଡ଼କ ଓ ପାଇପ୍ ଲାଇନ ଖୋଳି ନିଜର ଘର ନିର୍ମାଣ କରୁଥିବା ନେଇ ଗାଁରେ ଅଶାନ୍ତି ସୃଷ୍ଟି ହୋଇଛି । ତେଣୁ ସର୍ବସାଧାରଣ ରାସ୍ତାକୁ ମୁଷ୍ଟିମେୟ ଲୋକଙ୍କ କବଜାରୁ ମୁକ୍ତ କରି ଯାତାୟାତ ପାଇଁ ସୁବ୍ୟବସ୍ଥା କରିବା ନେଇ ଗୁରୁବାର ଗ୍ରାମ୍ୟ ଶାନ୍ତି କମିଟି ଓ ମହାବୀର କ୍ଲବ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଏକକିତା ନକଲ ଏସପି ଖୋର୍ଦ୍ଧା, ଏସପି କଟକ, ଡିଜି କଟକ,ଆଇଜି କଟକ, ଉପ ଜିଲ୍ଲାପାଳ ଖୋର୍ଦ୍ଧା, ତହସିଲଦାର ଖୋର୍ଦ୍ଧା ଓ ତହସିଲଦାର ଜଟଣୀଙ୍କୁ ପ୍ରେରିତ କରାଯାଇଛି । ପ୍ରକାଶ ଥାଉକିସଦର ଥାନା ଅନ୍ତର୍ଗତ ଛତିପୁର ଗାଁରେ ଜନୈକ ବ୍ୟକ୍ତି ଗ୍ରାମର ସଡ଼କ ଓ ପାଇପ୍ ଲାଇନ ଖୋଳି ନିଜର ଘର ନିର୍ମାଣ କରୁଥିବା ନେଇ ଗାଁରେ ଅଶାନ୍ତି ସୃଷ୍ଟି ହୋଇଛି । ତେଣୁ ସର୍ବସାଧାରଣ ରାସ୍ତାକୁ ମୁଷ୍ଟିମେୟ ଲୋକଙ୍କ କବଜାରୁ ମୁକ୍ତ କରି ଯାତାୟାତ ପାଇଁ ସୁବ୍ୟବସ୍ଥା କରିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପରେ ରାଜସ୍ୱ ବିଭାଗ ଓ ପୁଲିସ ଘଟଣାସ୍ଥଳର ଯାଞ୍ଚ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ନେଇ ଗ୍ରାମର ଶାନ୍ତି କମିଟି ଅଭିଯୋଗ କରିଛି । ଗାଁ ଶାନ୍ତି କମିଟିର ସଭାପତି ପ୍ରଫୁଲ୍ଲ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ପ୍ଲଟ ନମ୍ବର ୮୨୬ରେ ସର୍ବସାଧାରଣ ରାସ୍ତା ରହିଛି । ଏହି ରାସ୍ତାକୁ ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସିମେଣ୍ଟ୍ କରାଯିବା ସହ ଏହା କଡ଼ରେ ଗ୍ରାମ୍ୟ ଜଳ ଓ ପରିମଳ ମିଶନ ପକ୍ଷରୁ ପାଇପ୍ ଲାଇନ୍ ମଧ୍ୟ ବିଛାଯାଇଛି । କିନ୍ତୁ ଗାଁର ସୌମେନ୍ଦ୍ର ପାଇକରାୟ ନାମ ଜଣେ ବ୍ୟକ୍ତି ରାସ୍ତାକୁ ଖୋଳି ଗୃହ ନିର୍ମାଣ କରୁଛନ୍ତି । ଏନେଇ ଜୁନ୍ ୨୩ ତାରିଖରେ ଖୋର୍ଦ୍ଧା ତହସିଲଦାରଙ୍କୁ ଅଭିଯୋଗ କରାଯାଇଥିଲା । ସେ କିଛି ପଦକ୍ଷେପ ନନେବାରୁ ଜୁଲାଇ ୩ ତାରିଖରେ ଜିଲ୍ଲା ପ୍ରଶାସନର ମିଳିତ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହାପରେ ରାଜସ୍ୱ ନିରୀକ୍ଷକ ଓ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଓ ମାପଚୁପ ହେବା ଯାଏଁ ନିର୍ମାଣ ବନ୍ଦ ରଖିବାକୁ କହିଥିଲେ । କିନ୍ତୁ ଏହାକୁ ଖାତିର ନକରି ସଡ଼କ ଖୋଳି ଘର ନିର୍ମାଣ କରାଯାଉଛି । ଫଳରେ ସେହି ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି । ଆଜି ଗାଁ ଲୋକ ଏହି ନିର୍ମାଣର ପ୍ରତିବାଦ କରିଥିଲେ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସାମୟିକ ଉତେଜନା ସୃଷ୍ଟି ହୋଇଛି ।

ଏନେଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ବିଦିତା ନାୟକ କହିଛନ୍ତି ଯେ ତହସିଲଦାରଙ୍କଠାରେ ଅଭିଯୋଗ ହେବା ପରେ ସେମାନେ ଗାଁକୁ ଯାଇଥିଲେ । ଘର ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ପଟ୍ଟାରେ ଖୋଳା ହୋଇଥିବା ଜାଗା ସେହି ବ୍ୟକ୍ତିଙ୍କ ବୋଲି ଥିବା ବେଳେ ସ୍କେଚରେ କିନ୍ତୁ ଭିନ୍ନ ରହିଛି । ଗାଁ ଲୋକଙ୍କ ସହ ଆଲୋଚନା କରିବା ବେଳେ ସେମାନେ କହିଛନ୍ତି ଗାଁରେ ଏକ ସର୍ଭେ କରି ଯେଉଁମାନେ ସରକାରୀ ଜାଗା ମାଡ଼ି ବସିଛନ୍ତି ସେ ସବୁ ଭଙ୍ଗାଯାଉ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *