ତଥାପି ଥମୁନି ଝାଡାବାନ୍ତି

କଳାହାଣ୍ଡି: ସୁଧୁରି ପାରୁନି ଦୁର୍ଗମ ଅଞ୍ଚଳର ଆଦିବାସୀ ଜୀବନଯାତ୍ରା । ପାନୀୟ ଜଳ ଯୋଗୁଁ ଝାଡ଼ାବାନ୍ତି ଭଳି ବିଭିନ୍ନ ରୋଗର ଶିକାର ହେଉଛନ୍ତି ଦୁର୍ଗମ ଅଞ୍ଚଳ ବାସୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରରେ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଥିବାବେଳେ ଡାଇରିଆ ଭଳି ମାରାତ୍ମକ ରୋଗରେ ଏକ ସପ୍ତାହରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲାପାଳ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ଥାୟୀ ଶଯ୍ୟା ବ୍ୟବସ୍ଥା କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ମୌଳିକ ସୁବିଧା ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରରେ ଅପହଞ୍ଚି । ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଝାଡ଼ାବାନ୍ତିର ଶିକାର ହେଉଛନ୍ତି ଦୁର୍ଗମ ଅଞ୍ଚଳ ବାସୀ ଝାଡାବାନ୍ତି ପ୍ରକୋପରେ ସପ୍ତାହକ ମଧ୍ୟରେ ୬ ଜଣ ମୃତ୍ୟୁ ବି ହୋଲାଣି। ପ୍ରାୟ ୪୦ ପରିବାର ବସବାସ କରୁଥିବା ଏହି ଗାଁରେ ବିଶୁଦ୍ଧ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ବେଳେ ଲୋକେ ନିକଟ ଝରଣାର ଦୂଷିତ ପାଣି ବ୍ୟବହାର କରି ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି।
ଅପରପକ୍ଷେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଥୁଆମୂଳ ରାମପୁର ଗସ୍ତରେ ଆସି ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ବାସ୍ଥ୍ୟସେବା ପରିଚାଳନା ଏବଂ ସମ୍ପ୍ରତି ସ୍ଥିତିକୁ ନେଇ ସ୍ଥାନୀୟ ତହସିଲଦାର,ସ୍ବାସ୍ଥ୍ୟ ବିଭାଗ,ଜିଲ୍ଲା ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ। ରୋଗୀସେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ଶଯ୍ୟା ବ୍ୟବସ୍ଥା କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହାସହ ବିଶୁଦ୍ଧ ପାନୀୟ ଜଳଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।
କୈଳାସ ସାହୁଙ୍କ ରିପୋର୍ଟ