ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କଲେ ବିଡ଼ିଓ

Spread the love

ଖୋର୍ଦ୍ଧା : ବାଣପୁର ବ୍ଲକ ଅନ୍ତର୍ଗତ ଦାମିଆ ବରବରା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟଗୁଡିକ ବିଡ଼ିଓ ଶୀତଲ ଅଗ୍ରୱାଲ ପରିଦର୍ଶନ କରି ତଦାରଖ କରିଥିଲେ। ତଦାରଖ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦ୍ୟାଶା ଦାସ , କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମଲ୍ଲିକ ଓ ଜିଆରଏସ ଅଭୟ ବସ୍ତି ଉପସ୍ଥିତ ଥିଲେ।ଶ୍ରୀମତୀ ଅଗ୍ରୱାଲ ଉକ୍ତ ପଞ୍ଚାୟତର ତାଳବୋରେଇ ଠାରେ ଥିବା ଆଶ୍ରମ ସ୍କୁଲ, ବାଙ୍କିଆପଲ୍ଲୀର ୫-ଟି ସ୍କୁଲ,ମନ୍ଦାର ଠାରେ ମନରେଗା ପୋଖରୀ,ରାମପୁର ଗ୍ରାମ ମନରେଗାରେ ଚାଲିଥିବା ନାଳ ସହ କଟୁଆଳ ଠାରେ ଥିବା ଏକ ରୋଡର କାର୍ଯ୍ୟକୁ ତଦାରଖ କରିଥିଲେ। ସେଠାରୁ ଦାମିଆ ପଞ୍ଚାୟତର ସଭାଗୃହରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସରପଞ୍ଚ ବୀଣାପାଣି ଷଣ୍ଢ ଏବଂ ସମସ୍ତ ଅଧିକାରୀଙ୍କ ଗହଣରେ ପଞ୍ଚାୟତର ଏକ ସମୀକ୍ଷା ବୈଠକ କରିଥିଲେ।ବିଡ଼ିଓ ପଞ୍ଚାୟତରେ ଗମନାଗମନ ଏବଂ ପିଇବା ପାଣିର ଅଭାବକୁ ଗୁରୁତ୍ୱ ଦେଇ ପ୍ରାଥମିକ ସ୍ତରରେ ଏହାର ସମାଧାନ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ସରପଞ୍ଚଙ୍କ ଅଭିଯୋଗ କ୍ରମେ ପଞ୍ଚାୟତର ଗ୍ରାମ ଗୁଡିକରେ ବିଜୁଳି ଆଲୋକ ନଥିବାରୁ ସମସ୍ତ ଗ୍ରାମରେ ସୋଲାର ଲାଇଟ ଉପରେ ଗୁରୁତ୍ୱ ଦେଇଥିଲେ।ପଞ୍ଚାୟତ ନିର୍ବାହୀ ଅଧିକାରୀ ମାସ ତମାମ ପଞ୍ଚାୟତକୁ ଯାଉ ନଥିବା ସରପଞ୍ଚ ଅଭିଯୋଗ କରିବାରୁ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଦିଆଯିବ ବୋଲି ବିଡ଼ିଓ କହିଥିଲେ। ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମହାରଣା ପଞ୍ଚାୟତର ବାର୍ଦ୍ଧକ୍ୟ ଭତ୍ତା ଏବଂ ପିଇବା ପାଣିର ସୁବିଧା କରାଇବାକୁ ବିଡ଼ିଓଙ୍କୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *