ପ୍ରସିଦ୍ଧ ଶକ୍ତିପୀଠ ମା ଉଗ୍ରତାରାଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି

Spread the love

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା ଉଗ୍ରତାରାଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିରରେ ପଶି ମାଙ୍କ ବିଭିନ୍ନ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି । ଚୋରି ହୋଇଥିବା ଏହି ଅଳଙ୍କାର ମଧ୍ୟରେ ରହିଛି ମାଙ୍କ ମୁକୁଟ, ଅଂଟା ପଟି, ହାତ ପଟି, ହାର, ହାତ ପଲା, ଆଖି, ମଥା ଚିତା ଆଦି ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାରୂପା ଅଳଙ୍କାର । ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଥାନା ପୋଲିସ ପହଂଚି ତଦନ୍ତ ଚଳାଇଛି । ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍ କୁ ଭିତି କରି ଛାନଭିନ୍ ଜାରୀ ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *