ସ୍ନାନ ବେଦିରେ ୧୦୮ସୁବାସିତ ଜଳରେ ଗାଧୋଇଲେ ଜଗନ୍ନାଥ

Spread the love

ଖୋର୍ଦ୍ଧା : ଗତକାଲି ପବିତ୍ର ସ୍ନାନପୁର୍ଣିମା ଉପଲକ୍ଷେ ବାଣପୁରର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ସ୍ନାନନୀତି ମନ୍ଦିର ପରିସରରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ପୁରୀ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ଅନୁସାରେ ପ୍ରଭୁ ସ୍ନାନମଣ୍ଡପରେ ଉଭାହୋଇ ୧୦୮ ଗରା ସୁବାସିତ ଜଳ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହୋଇଥିଲା।

ସ୍ନାନମଣ୍ଡପରେ ସକାଳ ଧୂପ ହୋଇ ଭୋଗ ଗ୍ରହଣ କରିଥିଲେ ମହାପ୍ରଭୁ । ଏହି ମାନବୀୟ ଲୀଳାକୁ ଶ୍ରଦ୍ଧାଳୁମାନେ ଦେଖି ବିଭୋର ହୋଇଯାଇଥଲେ । ଏହି ସବୁର କାର୍ଯ୍ୟକ୍ରମ ପାଇଁ ଗତକାଲି ଠାରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିଲା। ସନ୍ଧ୍ୟା ସମୟରେ ପ୍ରଭୁଙ୍କୁ ହାତୀବେଶରେ ଭକ୍ତମାନେ ଦର୍ଶନ କରିଥିଲେ।ସ୍ନାନପୁର୍ଣିମା ରାତିରେ ପ୍ରଭୁ ଅଣସର ପିଣ୍ଡିରେ ବିଜେ ହେବେ l ଆଜିଠାରୁ ରଙ୍କନାଥ ଦେବଙ୍କ ଅଣସର କାଳୀନ ଗୁପ୍ତପୂଜା ହେବ । ପିଣ୍ଡି ସମ୍ମୁଖରେ ପଟିଦିଅଁ ପୂଜା ପାଇବେ l ଠାକୁରଙ୍କ ପାରମ୍ପରିକ ସେବକ ପଟିଦିଅଁଙ୍କୁ ପ୍ରସ୍ତୁତ କରିଛନ୍ତି । ବିଳମ୍ବିତ ରାତିରେ ମନ୍ଦିରକୁ ପଟିଦିଅଁ ବିଜେ ହେବେ । ଗୁପ୍ତପୂଜା ସମୟରେ ଶ୍ରୀ ବିଗ୍ରହଙ୍କ ଦର୍ଶନ ବାରଣ ଥିବାରୁ ଏହି ସମୟରେ ପଟିଦିଅଁଙ୍କୁ ପୂଜା କରାଯାଏ । ପଟିଦିଅଁ ସ୍ୱରୂପ ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା କରାଯିବାର ପରମ୍ପରା ଥିବା ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ । ଭକ୍ତମାନେ ପଟିଦିଅଁଙ୍କୁ ଦର୍ଶନ କରି ପୂଜା କରିବାର ଵିଧି ଅଛି ।

Leave a Reply

Your email address will not be published. Required fields are marked *