ଜମି ରେଜିଷ୍ଟ୍ରେସନ ପାଇଁ ହେବ ଅନଲାଇନ ସ୍ଲଟ ବୁକିଙ୍ଗ – ରାଜସ୍ୱ ମନ୍ତ୍ରୀ

Spread the love

ଭୁବନେଶ୍ୱର : ଅନଲାଇନରେ ସ୍ଲଟ ବୁକ କରାଯିବ । ଲୋକମାନଙ୍କୁ ବାରମ୍ବାର ଆଉ ଦୌଡ଼ିବାକୁ ପଡିବ ନାହିଁ କି ସମୟ ମଧ୍ୟ ନଷ୍ଟ ହେବ ନାହିଁ । ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ସେହି ସମୟରେ ସେମାନେ ତହସିଲ ଓ ସବ ରେଜିଷ୍ଟ୍ରେସନ ଅଫିସରେ ପହଞ୍ଚିବେ । ଜମି ରେଜିଷ୍ଟ୍ରେସନ ଅନଲାଇନ ସ୍ଲଟ ବୁକିଙ୍ଗ ପ୍ରସଙ୍ଗରେ ପ୍ରତିକ୍ରିୟା ବ୍ୟକ୍ତ କରି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଜମିବାଡ଼ି କିଣାବିକା ସେହି ସମୟରେ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ କାମ କରୁଛି । ଦେଶରେ ଏହା ପ୍ରଥମ । ଦେଶରେ ଲ୍ୟାଣ୍ଡ ଆକ୍ୟୁଜେସନ ରେ ମଧ୍ୟ ପ୍ରଥମ । ଯିଏ ଯେତେବେଳେ ଉନ୍ନତି ମୂଳକ କାମ ପାଇଁ ଜମି ମାଗିଛନ୍ତି ତାଙ୍କୁ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *