ଖୋର୍ଦ୍ଧା : କୂଅରେ ଖସିପଡ଼ି ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଗୋପାଳପୁର ଶାସନ ଗ୍ରାମର ହାଡିବନ୍ଧୁ ରଣା ।
ସୂଚନା ମୁତାବକ, ବାଣପୁର ଏନଏସି ଅନ୍ତର୍ଗତ ଗୋପାଳପୁର ଶାସନ ଗ୍ରାମର ହାଡିବନ୍ଧୁ ରଣା ଆଜି ପୂର୍ବାହ୍ନରେ ନିଜ ବାରିକୁ ଯାଇଥିଲେ ।ଅସାବଧାନତାବଶତଃ ସେ ବାରି ପଛ ପଟେ ଥିବା କୂଅରେ ପଡିଯାଇଥିଲେ । ଏ ନେଇ ପରିବାରବର୍ଗ ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ହାଡିବନ୍ଧୁଙ୍କ ଘରେ ପହଂଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ବାଣପୁର ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now