କଳାଗୁଡାରେ ଅବକାରୀ ଚଢାଉ

Spread the love

ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ କଳାଗୁଡାରେ ଅବକାରି ଚଢାଉ ହୋଇଛି । ମଦ ମାଫିଆ ମାନେ ମଦ ଓ ପୋଚ ପ୍ରସ୍ତୁତ କରିବା ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ବିଭାଗ ଚଢାଉ କରିଛି । ଚଢାଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଘଟଣା ସ୍ଥଳରୁ ୧୨ ଶହ ଲିଟର ପୋଚ ଶହେ ଲିଟର ଦେଶି ମଦ କୁ ଜବତ କରି ନଷ୍ଟ କରିଛି । ଘଟଣା ସ୍ଥଳରେ ବହୁ ମଦ ଭାଟି ଭାଙ୍ଗିବା ସହ ମଦରନ୍ଧା ସରଞ୍ଜାମ, ଡ୍ରମ ଆଦିକୁ ଜବତ କରିଥିବା ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *