କୃତ୍ରିମ ବୁଦ୍ଧିମତା ଓ ଶିକ୍ଷା ସମ୍ବନ୍ଧୀୟ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ

Spread the love

ଜୟପୁର : ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁରର ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏକ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳସଚିବ ଡଃ. ଗୋପାଳ ହାଲଦାରଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ‘କୃତ୍ରିମ ବୁଦ୍ଧିମତା ଓ ଶିକ୍ଷା ‘ ବିଷୟବସ୍ତୁ ଉପରେ ଏକ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ. ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଭାସୀ ଆଲୋଚନାଚକ୍ରରେ ସହକାରୀ ପ୍ରଫେସର ଲୋକେଶ ପଧାନ ମୁଖ୍ୟବକ୍ତା ଭାବେ କୃତ୍ରିମ ବୁଦ୍ଧିମତାର ସଂଜ୍ଞା, ସ୍ୱରୂପ ଓ ପରିସର ସମ୍ବନ୍ଧରେ ବ୍ୟାପକ ଆଲୋଚନା କରିବା ସହ ଶିକ୍ଷା କ୍ଷେତ୍ରରେ ଏହାକୁ କିପରି ବହୁଳ ଭାବରେ ଉପଯୋଗ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନାଚକ୍ରରେ ସହଭାଗି ଥିବା ସହକାରୀ ପ୍ରଫେସର ଡଃ. ଶିଳ୍ପୀ ଢାଲୀଙ୍କ ସମେତ ଅଧ୍ୟାପକ ଡଃ. ନିଳାଞ୍ଚଳ ପ୍ରଧାନ, ଡଃ. ବଳଭଦ୍ର ଜେନା ଓ ଗୁରୁ ଛାତ୍ର ଛାତ୍ରୀ ମାନେ ନିଜ ନିଜ ପ୍ରଶ୍ନ ଉପସ୍ଥାପନ କରିଥିଲେ ଏବଂ ମୁଖ୍ୟବକ୍ତା ଓ ବିଭାଗୀୟ ମୁଖ୍ୟ ପ୍ରଶ୍ନଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଶେଷରେ କୃତ୍ରିମ ବୁଦ୍ଧିମତା ଉପଯୋଗ କରି ପାଠ୍ୟଯୋଜନା ପ୍ରସ୍ତୁତ ଓ ପାଠ୍ୟଦାନ ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା କରାଯିବା ପାଇଁ ଆଗାମୀ ଶିକ୍ଷା ବର୍ଷରେ ପ୍ରୟାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରିଶେଷରେ ଗୁରୁ ଛାତ୍ର ମାନସ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *