ଆସନ୍ତା ରବିବାର ଅମଲା ଭବନ ତାଲା ଭଙ୍ଗାଯିବ, ପଦାରେ ପଡୁଛି କୋରାପୁଟ ଅମଲା ଭବନ ଦୁର୍ନୀତି

ଜୟପୁର : କୋରାପୁଟ ଜିଲ୍ଲା ଓଡ଼ିଶା ଅମଲା ସଂଘର ପୁରାତନ କମିଟିର କାର୍ଯ୍ୟକାଳ ୨୦୧୮ ମସିହା ଡିସେମ୍ବର ମାସରେ ସରି ଯାଇଥିଲେ ସୁଧା ଏ ଯାଏଁ ସେମାନେ ନୂତନ କମିଟିକୁ ଦାୟିତ୍ଵ ହସ୍ତାନ୍ତର କରିନଥିବା ସଂଘ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ଓଡ଼ିଶା ଅମଲା ସଂଘ ପ୍ରଥମେ ଏକ ଅସ୍ଥାୟୀ କମିଟି ଗଠନ କରି ପୂର୍ବତନ ସଭାପତି ଓ ସମ୍ପାଦକଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ନିମନ୍ତେ ଆଦେଶ ଦେଇଥିଲେ, କିନ୍ତୁ ସଭାପତି ଓ ସମ୍ପାଦକ ଉକ୍ତ କମିଟିକୁ ବିଭିନ୍ନ ଆଳ ଦେଖାଇ ଦାୟିତ୍ଵ ହସ୍ତାନ୍ତର କରି ନଥିଲେ। ପରବର୍ତ୍ତୀ ସମୟରେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା। ଉଚ୍ଚ ନ୍ୟାୟାଳୟର ଆଦେଶ ଅନୁଯାୟୀ, ତା ୫.୨.୨୦୨୩ ରିଖ ଦିନ ରାଜ୍ୟ ଓଡିଶା ଅମଲା ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀଙ୍କ ଘୋଷଣା ଓ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘଙ୍କ ଅନୁମୋଦନରେ ଓଡିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ନୂତନ କମିଟି ଗଠନ କରାଯାଇଥିଲା। ଏଥି ପୂର୍ବରୁ ଓଡ଼ିଶା ଅମଲା ସଂଘର ବିଭିନ୍ନ କାର୍ଯ୍ୟକ୍ରମ, ଆନ୍ଦୋଳନ, ସମାବେଶ ଓ ଉତ୍ସବ ପାଳନ କରାଯାଇଥିଲା, ହେଲେ କୋରାପୁଟ ଜିଲ୍ଲା ଅମଲା ସଂଘର ପୁରୁଣା କମିଟି ଅସହଯୋଗ କରିଥିବା ରାଜ୍ୟ ସଂଘ ଓ ଜିଲ୍ଲା ସଂଘ ପକ୍ଷରୁ ସୂଚନା ମିଳିଛି।

ପ୍ରକାଶ ଥାଉ କି, ପୁରୁଣା କମିଟିର ସଭାପତି ଓ ସମ୍ପାଦକ ସଂଘ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ରାଜ୍ୟ ଓଡ଼ିଶା ଅମଲା ସଂଘ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ବାରମ୍ବାର ରାଜ୍ୟ ସଂଘ ଓ ଜିଲ୍ଲା ସଂଘର ନିର୍ଦେଶ ସତ୍ୱେ ସେମାନେ ଦାୟିତ୍ଵ ହସ୍ତାନ୍ତର କରୁ ନଥିବା ଯୋଗୁଁ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ପକ୍ଷରୁ ଆସନ୍ତା ରବିବାର ତା ୩୦.୦୭.୨୦୨୩ ରିଖ ଦିନ ୧୧ଟା ୩୦ ମିନିଟ୍ ସମୟରେ ଅମଲା ଭବନ କୋରାପୁଟର ତାଲା ଭାଙ୍ଗିବା ଓ ଦାୟିତ୍ଵ ଗ୍ରହଣ କରିବା ନେଇ ରାଜ୍ୟ ଓଡ଼ିଶା ଅମଲା ସଂଘ, ଜିଲ୍ଲାପାଳ ମହୋଦୟ କୋରାପୁଟ, ଆରକ୍ଷୀ ଅଧିକ୍ଷକ କୋରାପୁଟଙ୍କ ସମେତ ସମସ୍ତଙ୍କୁ ଅବଗତ କରାଇବା ନେଇ ସୂଚନା ମିଳିଛି । ପୁରୁଣା କମିଟି ଦାୟିତ୍ଵ ହସ୍ତାନ୍ତର ନ କରିବା ନେଇ ଲକ୍ଷ ଲକ୍ଷ ଟଙ୍କାର ହେରଫେର ହୋଇଥିବା ସନ୍ଦେହ କରି ନୂତନ ସ୍ଥାୟୀ କମିଟି ଏଥି ପୂର୍ବରୁ ବାରମ୍ବାର ଦୁର୍ନୀତି ନିବାରଣ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିବା ଓଡିଶା ଅମଲା ସଂଘ ସଭାପତି କୋରାପୁଟ ଜିଲ୍ଲା ଶାଖା ଶଶୀଭୂଷଣ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୁଣି ଦୁର୍ନୀତି ନିବାରଣ ଅଧିକାରୀଙ୍କ ଦ୍ବାରସ୍ଥ ହେବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ନେଇ ଦାଶ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *