କୋରାପୁଟ ଜିଲ୍ଲାରେ ଶିକ୍ଷକଙ୍କ ପଦୋନ୍ନତି ହେଉନଥିବାରୁ ଶିକ୍ଷକ ମହଲରେ ଉଦବେଗ, ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଦାବି

Spread the love

ଜୟପୁର : ଜୟପୁର ଗୀତା ଭବନ ଠାରେ ସମସ୍ତ ବର୍ଗର ଶିକ୍ଷକ ମାନେ ବୈଠକ କରି ଶିକ୍ଷକଙ୍କ ପଦୋନ୍ନତି ହୋଉନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି । ଏହି ବୈଠକରେ ଜୟପୁର ଉପଖଣ୍ଡର କୁନ୍ଦୁରା, ବୈପାରିଗୁଡା, ବୋରିଗୁମ୍ମା, କୋଟପାଡ ଏବଂ ଜୟପୁରର ଶିକ୍ଷକ ମାନେ ଉପସ୍ଥିତ ଥିଲେ । ସରକାରଙ୍କ ନିର୍ଦ୍ଦେଷ ଥିଲେ ମଧ୍ୟ କୋରାପୁଟ ଜିଲାରେ ଶିକ୍ଷକ ମାନଙ୍କର ଦୀର୍ଘ ଦିନ ହେବ ପଦୋନ୍ନତି ନହେଉଥିବାରୁ ଏଥିରେ ବିଭାଗିୟ ଅଧିକାରି ଉଦାସିନତାର ତୀବ୍ର ବିରୋଧ ହୋଇଛି ।

ଆଗାମି ଦିନରେ କିପରି ପଦୋନ୍ନତି ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ରାଜ୍ୟର ଅନ୍ୟ ଜିଲାରେ ଶିକ୍ଷକ ମାନେ ପଦୋନ୍ନତି ପାଇଥିବା ବେଳେ କୋରାପୁଟ ଜିଲ୍ଲାରେ ପଦୋନ୍ନତି କରାଯାଉ ନାହିଁ । ମାମଲାଟି ହାଇକୋର୍ଟରେ ଥିବା ଦର୍ଶାଇ ଜିଲା ପ୍ରଶାସନ ପଦୋନ୍ନତି କରୁ ନାହାଁନ୍ତି । ଫଳରେ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ଦେଖାଯାଇଛି । ଶିକ୍ଷା ବିଭାଗର ନିର୍ଦ୍ଦେଶକ ମେ ୩୦ ,୨୦୨୩ ସୁଦ୍ଧା ପଦୋନ୍ନତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୀର୍ଘ ୨ ମାସ ବିତି ଯାଇଥିଲେ ମଧ୍ୟ କୋରାପୁଟ ଜିଲାର ଶିକ୍ଷକ ମାନଙ୍କର ପଦୋନ୍ନତି ହୋଇ ପାରିଲା ନାହିଁ । ଶିକ୍ଷା ନିର୍ଦ୍ଦେଶକଙ୍କ ୬.୫.୨୩ର ନିର୍ଦ୍ଦେଶକୁ କିଛି ଶିକ୍ଷକ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହେବା ଫଳରେ ଏହାକୁ ସ୍ଥିଗତ ରଖାଯାଇଥିବା ଅଧିକାରି ଜଣକ କହୁଥିବା ବୈଠକରେ ଆଲୋଚନା ହୋଇଛି । ୨୦୧୯ କ୍ୟାଡର ରୁଲ ଅନୁଯାଇ ପଦୋନ୍ନତି ଦେବାର ନିର୍ଦ୍ଦେଶ ଥିଲେ ମଧ୍ୟ ଏଠାରେ ପାଳନ କରାଯାଉ ନାହିଁ । ୧୧.୨.୨୦୧୧ ପୁବରୁ ଯେଉଁ ମାନେ ନିଯୁୁକ୍ତି ପାଇଛନ୍ତି ସେମାନଙ୍କ ପାଇଁ ପଦୋନ୍ନତି ପାଇ କୌଣସି ସର୍ତ୍ତାବଳୀ ନଥିଲେ ମଧ୍ୟ ୬.୫.୨୩ରେ ସରକାର ଏକ ନୁତନ ନିୟମ କାଡି ଥିବାରୁ କିଛି ଶିକ୍ଷକ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପୁରୁଣା ନିୟମ ଅନୁଯାଇ ଶିକ୍ଷକ ମାନେ ୩ଟି ପଦୋନ୍ନତି ପାଇସାରିଥିବା ବେଳେ ସରକାର ନୂତନ ନିୟମ ପ୍ରଣୟନ କରିଥିବାରୁ ଶିକ୍ଷକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୧୯ କ୍ୟାଡର ନିୟମ ପ୍ରକାରେ ରାଜ୍ୟର ଅନ୍ୟ ଜିଲା କଳାହାଣ୍ଡି, ବଲାଙ୍ଗିର, ନୁଆପଡା, ନୟାଗଡ, ପୁରୀ, କେନ୍ଦ୍ରାପଡା ଆଦି ଜିଲା ପଦୋନ୍ନତି ପାଇ ସାରିଥିବା ବେଳେ କୋରାପୁଟ ଜିଲାର ଶିକ୍ଷକ ମାନେ ବଞ୍ଚିତ ଅଛନ୍ତି । ତେଣୁ  ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ ଓ ୫-ଟି ସଚିବ ହସ୍ତ କ୍ଷେପ କରିବାକୁ ଶିକ୍ଷକ ମାନେ ଦାବି କରିଛନ୍ତି । ଚଳିତ ମାସ ୧୩ ତାରିଖରେ ଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱର ଶିକ୍ଷକ ମାନଙ୍କୁ ପଦୋନ୍ନତି ଦେଇନଥିବା ଜିଲା ଶିକ୍ଷାଧିକାରି ମାନଙ୍କୁ ୨୦୧୯ କ୍ୟାଡର ନିୟମ ଅନୁଯାଇ ତୁରନ୍ତ ପଦୋନ୍ନତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମହେଶ୍ୱର ମିଶ୍ର, ପ୍ରଶାନ୍ତ କର, ତ୍ରିନାଥ ପାଣିଗ୍ରାହୀ,ନିରଞ୍ଜନ ପଣ୍ଡା, କିରଣ ମହାରଣା, ଜ୍ୟୋତି ରାଣି ପଣ୍ଡା, ସୁଜାତା ଚୌଧୁରି, ବିଜୟ ଲକ୍ଷ୍ମୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *