ମିଳିତ ଅମଲା ମଞ୍ଚ ପକ୍ଷରୁ ଶୋକସଭା

Spread the love

ଜୟପୁର : ମିଳିତ ଅମଲା ମଞ୍ଚ କୋରାପୁଟ ଜିଲ୍ଲା ସଭାପତି ଶଶୀଭୂଷଣ ଦାଶଙ୍କ ଆହ୍ଵାନ କ୍ରମେ ଜୟପୁର ଉପଖଣ୍ଡର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ଭାଇ ଭଉଣୀ ସରକାର ସେମାନଙ୍କ ଏକ ମାତ୍ର ଦାବି ଦିର୍ଘ ୬ ବର୍ଷ ପରେ ମଧ୍ୟ ଯେହେତୁ ବର୍ତ୍ତମାନ ସୁଦ୍ଧା ପୁରଣ କରି ନାହାନ୍ତି ସେମାନେ ଦିର୍ଘ ୩ ଦିନ ଧରି ସମୁହ ଛୁଟିରେ ରହିବା ସହିତ କାର୍ଯ୍ୟ ବନ୍ଦ କରିଛନ୍ତି। ବାଲେଶ୍ଵର ବାହାନଗାରେ ଘଟି ଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆଜି ଧାରଣାର ତୃତୀୟ ଦିନରେ ସମସ୍ତ ଅମଲା ମାନେ ଶୋକସଭା କରିଛନ୍ତି। ୨ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିବା ସହ ଶାନ୍ତିପୁର୍ଣ୍ଣ ଧାରଣା ଦେଇଥିଲେ।

ସେହିପରି ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟାଳୟର କର୍ମଚାରୀ ମାନେ ୨ ମିନିଟ ନିରବ ପ୍ରାର୍ଥନା କରି ଶୋକ କରି ଦୁଃଖ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *