ରୋଗଗ୍ରସ୍ତ କାଗଜ କଳ ଶ୍ରମିକଙ୍କ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ

ଜୟପୁର : ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ଦିନ କୁ ଦିନ ବଢିଚାଲିଛି । ବୟସାଧିକ୍ୟ ଯୋଗୁଁ ରୋଗଗ୍ରସ୍ତ ହୋଇ ଚିକିତ୍ସା ପାଇଁ ଆର୍ôଥକ ସାହାଯ୍ୟ ମାଗି ଡହଳ ବିକଳ ହେଉଛନ୍ତି । ବିହାର ରାଜ୍ୟରୁ ଆସି ୧୯୮୫ ରୁ କାଗଜ କଳ ରେ କାମକରୁଥିବା ଜୟରାମ ପ୍ରସାଦ କିଛି ଦିନ ତଳେ ଉଚ୍ଚ ରକ୍ତଚାପ ଯୋଗୁ ପଡିଗଲେ । ତାଙ୍କୁ ରକ୍ତ ସର୍କରା ରୋଗ ମଧ୍ୟ ଅଛି । କୋରାପୁଟ ମେଡିକାଲ କଲେଜ ରେ ଚିକିତ୍ସା ନେଇ ଆସିଛନ୍ତି । ଆଜି ଶ୍ରମିକ ସଂଘ ର ନେତା ଓ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ଆବହକ ପ୍ରମୋଦ କୁମାର ମହାନ୍ତି ଙ୍କ ସହ ଯାଇ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଉପଜିଲ୍ଲାପାଳ ଙ୍କ ଜରିଆରେ ଦେଇ ଅନୁରୋଧ କରିଛନ୍ତି ଯେ ଗ୍ରାଚ୍ୟୁଇଟି ଓ ପେନସନ ହେଇଗଲେ ସେ ନିଜ ଗାଁ କୁ ଚାଲିଯିବେ । ସେହିପରି ଅବସରପ୍ରାପ୍ତ ଶ୍ରମିକ ଯୁଧିଷ୍ଠିର ସ୍ୱାଇଁ କୋରାପୁଟ ମେଡିକାଲ କଲେଜ ରୁ ବ୍ରହ୍ମପୁର ଓ ସେଠାରୁ ଏମ୍ସ୍ ଭୂବନେଶ୍ୱର ଯାଇ ଭଲ ହୋଇ ଆସିଛନ୍ତି । ଲକ୍ଷାଧିକ ଟଙ୍କା ଘର ସୁନା ଗହଣା ବନ୍ଧା ରଖି ଭଲ ହେଲେ । ମ୍ୟାନେଜମେଂଟ ତାଙ୍କର ପି ଏଫ୍ ରେ ଥିବା ଛ\’ ଲକ୍ଷ ଟଙ୍କା ଏବଂ ଗ୍ରାଚ୍ୟୁଇଟି ପ୍ରାପ୍ୟ ୪ ଲକ୍ଷରୁ ଅନ୍ତତଃ ଔଷଧ ପାଇଁ ୫୦,୦୦୦ ଟଙ୍କା ଦେବା ପାଇଁ ନିବେଦନ କଲେ । କିନ୍ତୁ ମିଳିଲା ନାହିଁ । କାରଖାନା ଚାଲୁଛି , କାଗଜ ମାର୍ଚ୍ଚ ମାସ ରେ ୨୧ କୋଟି ଓ ଏପ୍ରିଲ୍ ମାସରେ ୨୩ କୋଟି ବିକିଛି । ପ୍ରୋଭିଡେଂଟ ଫଣ୍ଡ ପାଇଁ ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ ପଦକ୍ଷେପ ମ୍ୟାନେଜମେଂଟ ନେଉନାହିଁ । ଜମା ଟଙ୍କା ଥାଇ ମଧ୍ୟ କାମରେ ଆସୁନି । ଏଥିରେ ହସ୍ତକ୍ଷେପ କରି ଶ୍ରମିକ ମାନଙ୍କୁ ନ୍ୟାୟ ଦେବା ପାଇଁ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ଜିଲ୍ଲା ପାଳ ଙ୍କୁ ନିବେଦନ କରିଛନ୍ତି ଆଜି ସ୍ମାରକ ପତ୍ର ପ୍ରଦାନ ବେଳେ ଅସୁସ୍ଥତା ଖବର ପାଇ ବିହାର ରୁ ଆସିଥିବା ଜୟରାମ ଙ୍କ ପୁଅ , ବୋହୁ , ନାତୀ ଓ ଶ୍ରୀ ପ୍ରକାଶ ଚୌଧୁରୀ ଉପସ୍ଥିତ ରହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *