ଭ୍ୟାନ ଧକ୍କାରେ ବୃଦ୍ଧା ଙ୍କ ମୃତ୍ୟୁ, ଡ୍ରାଇଭର ଗିରଫ

Spread the love

ଜୟପୁର : ଭ୍ୟାନ ଧକ୍କାରେ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ହେଉଛନ୍ତି କଚିଆ କନାଡିର ମୁକ୍ତା ମୁସ୍କା (୬୮) । ପୋଲିସ ସୁଚନା ଅନୁଯାୟୀ ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡା ଠାରେ ବୃଦ୍ଧା ଜଣକ ରାସ୍ତା ଅତିକ୍ରମ କରିବ୍ୟାଙ୍କ ଯାଉଥିବା ବେଳେ ଭ୍ୟାନଟି ଜୟପୁର ଅଭିମୁଖେ ଆସୁଥିବା ବେଳେ ଧକ୍କା ଦେଇଥିଲା । ଫଳରେ ବୃଦ୍ଧା ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ରାବଣାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏନେଇ ଜୟପୁର ସଦର ପୋଲିସ ପହଂଚି ଶବକୁ ଜବତ କରି ଜିଲା ଚିକିତ୍ସାଳୟରେ ବ୍ୟବଛେଦ କରିଛି । ଭ୍ୟାନ କୁ ଜବତ କରିବା ସହ ଡ୍ରାଇଭର କ୍ରିଷ୍ଣା କୁମାର ନାଗକୁ କୁ ଗିରଫ କରିଥିବା ପୋଲିସ ତରଫରୁ ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *