ଭ୍ୟାନ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଘଟଣା : ଆର୍ଥକ ସହାୟତା ଦେଲା ପ୍ରଶାସନ

Spread the love

ଜୟପୁର: ଭ୍ୟାନ ଧକ୍କାରେ କଚିଆ କନାଡିର ମୁକ୍ତା ମୁସ୍କା (୬୮) ଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଆଜି ରେଡକ୍ରସ ଫାଣ୍ଠିରୁ ୧୦ ହଜାର ଟଙ୍କା ବୃଦ୍ଧାଙ୍କ ପରିବାରଙ୍କୁ ପ୍ରଦାନ କରାଯାଇଛି । ଜୟପୁର ତହିଲଦାର ସାଗରିକା ଷଡଙ୍ଗି ଗ୍ରାମକୁ ଯାଇ ଶୋକ ସନ୍ତପ ପରିବାରକୁ ସାନ୍ତନା ଦେବା ସହ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ସହାୟତା ପ୍ରଦାନ ସମୟରେ ସରପଂଚ ଦିପ୍ତି ହିକକା ସୁପରଭାଇଜର ହରି ହର ଶତପଥି ଉପସ୍ଥିତ ଥିଲେ । ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡା ଠାରେ ଗତ ୨୦ ତାରିଖ ରେ ବୃଦ୍ଧା ଜଣକ ରାସ୍ତା ଅତିକ୍ରମ କରି ଭତା ଟଙ୍କା ପାଇଁ ବ୍ୟାଙ୍କ ଯାଉଥିବା ବେଳେ ଭ୍ୟାନଟି ଜୟପୁର ଅଭିମୁଖେ ଆସୁଥିବା ବେଳେ ଧକ୍କା ଦେଇଥିଲା । ଫଳରେ ବୃଦ୍ଧାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ରାବଣାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *