ପରିମଳ କର୍ମଚାରିଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ

Spread the love

ଜୟପୁର : ଜୟପୁର ଟାଉନ ହଲ ଠାରେ ପରିମଳ କର୍ମଚାରିଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଛି । ଜୟପୁର ପୌର ପାଳିକା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି ସୁନିତା, ପୌର କାର୍ଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗରିମା ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରି ଙ୍କୁ ପରିଚପତ୍ର ପ୍ରଦାନ ସହ ଏହାର ଉପ କାରିତା ଉପରେ ସଚେତନ କରାଯାଇଥଲା । ଜୟପୁର ପୌରାଂଚଳରେ ଥିବା ୮୦ ଜଣ ପରିମଳ କର୍ମଚାରି ଙ୍କୁ ପ୍ରଦାନ କରାଯାଇ ଥିବା ବେଳେ ଆନ୍ୟ ମାନଙ୍କୁ ଦ୍ୱିତୀୟ ପଯ୍ୟୟରେ ଦିଆଯିବ ବୋଲି ପୌର ପାଳିକା ତରଫରୁ ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *