ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ କୋରାପୁଟ ଜିଲାରେ , ଏ-୧ରେ ୧୯ ଜଣ

Spread the love

ଜୟପୁର : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶିତ ହୋଇଛି । ଏହି କ୍ରମରେ କୋରାପୁଟ ଜିଲାରେ ୨୭୧ଟି ବିଦ୍ୟାଳୟର ୧୬ ହଜାର ୪୨୪ ଜଣ ଫର୍ମ ଫିଲଅପ କରିଥିଲେ । ଏଥି ମଧ୍ୟରୁ ୪୪୬ ଜଣ ପରୀକ୍ଷା ଅନୁପସ୍ଥିତ ରହିଥିଲେ । ମୋଟ ୧୫ ହଜାର ୯୭୮ ଜଣ ପରୀକ୍ଷାର୍ôଥ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ୧୧ ଜଣ କପି କରି ଧରା ପଡିଥିଲେ । କୋରାପୁଟ ଜିଲାରେ ୧୯ ଜଣ ଏ-୧, ୧୪୧ ଏ-୨, ବି-୧ରେ ୭୩୨, ବି-୨ରେ ୨୭୦୮, ସି ରେ ୩୯୭୦,ଡିରେ ୪୪୦୯, ଇରେ ୩୬୭୬, ଏଫରେ ୩୧୨ ରହିଥିବା ବେଳେ ମୋଟ୧୫ ହଜାର ୬ ଶହ ୯୫ ପାସ ହୋଇଛନ୍ତି । ମୋଟ ୯୫.୩୨ ପ୍ରତିଶତ ପାସ ହାର ରହିଛି । ସେହିପରି କୋରାପୁଟ ଜିଲା ଜୟପୁର ରେ ସରକାରୀ ଉଚ୍ଚ ବିଦ୍ୟାଳୟରରେ ୧୭୩ ଫର୍ମ ଫିଲଅପ କରିଥିବା ବେଳେ ୧୬୮ ଜଣ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ଏ-୧ ଜଣେ, ଏ-୨ ରେ ୨ ଜଣ, ବି-୧ ରେ ୪ ଜଣ, ବି-୨ ରେ ୮ ଜଣ, ସି-ରେ ୩୪ ଜଣ, ଡି-୪୧, ଇ- ୭୨, ଏଫ-୬, ମୋଟ ପାସ ହାର ୯୬.୪୨ ପ୍ରତିଶତ ରହିଥିବା ବେଳେ ପୁଜା ଗୌଡ ୫୪୫ ମାର୍କ ରଖି ଏ-୧ ରହିଛନ୍ତି । ସେହିପରି ସରକାରି ବାଳିକା ଉଚ୍ଚ ବିଦ୍ୟାଳୟରେ ୧୮୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୮୨ ଜଣ ପାସ ହୋଇଛନ୍ତି । ଏ-୧ରେ କେହି ନଥିବା ବେଳେ ଏ-୨ରେ ଜଣେ,ବି-୧ରେ ୨ ଜଣ, ବି-୨ରେ ୧୨ ଜଣ ସି- ୨୧ ଜଣ, ଡି ୬୯,ଇ-୭୭ ରହିଥିବା ବେଳେ ୩ ଫେଲ ହୋଇଥିବା ବେଳେ ୯୮.୩୭ ପାସ ହାର ରହିଛି । ସରସ୍ୱତି ବିଦ୍ୟାମନ୍ଦିରରେ ମୋଟ ୧୬୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୬୩ ପାସ ହୋଇଛନ୍ତି । ଏ-୧ରେ ୯ ଜଣ, ଏ-୨ରେ ୨୬, ବି-୧ରେ ୪୮, ବି-୨ରେ ୩୭, ସିରେ ୩୨, ଡିରେ ୯, ଇରେ ୨ ଜଣ ଏଫରେ ୦ ମୋଟ ପାସ ହାର ଶହେ ପ୍ରତିଶତ ରହିଛନ୍ତି ।

Leave a Reply

Your email address will not be published. Required fields are marked *