ମା ଭଗବତୀଙ୍କ ନୁତନ ପାର୍ଶ୍ୱ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ଉତ୍ସବ ଆରମ୍ଭ

Spread the love

ଜୟପୁର : ଜୟପୁରର ନାରାୟଣ ମନ୍ଦିର ସାହି ସ୍ଥିତ ଶ୍ରୀ ସଙ୍କଟ ମୋଚନୀ ମହାମାୟୀ ଭଗବତୀଙ୍କ ନୁତନ ପାଶ୍ୱର୍ ବିଗ୍ରହ ସହିତ ଦେବୀ ପ୍ରସାଦ ପ୍ରତିଷ୍ଠା ଉତ୍ସବ ରବିବାର ଆରମ୍ଭ ହୋଇଛି । ଆଜି ୪ ତାରିଖରୁ ୮ ତାରିଖ ଯାଏ ୫ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ନିତିକାନ୍ତି ପ୍ରତିଷ୍ଠା ଉତ୍ସବର କାର୍ଯ୍ୟକ୍ରମ ରହିଛି । ୫ ଦିନ ଘୃତ ଯଜ୍ଞ, ଷୋଢଶୋପଚାର ପୂଜା, ଚଣ୍ଡି ପାରାୟଣ ଅନୁଷ୍ଠିତ ହେବ । ରବିବାର ଦିକ୍ଷାଗ୍ରହଣ, ଅଙ୍କୁରାରୋପଣ, ମଣ୍ଡଳାଧିବାସ କରାଯାଇଥିବା ବେଳେ , ୫ ତାରିଖରେ କଳସଯାତ୍ରା, ପ୍ରତିଷ୍ଠାରମ୍ଭ, ବ୍ରାହ୍ମଣ ବରଣ, ଶାଲା ସଂସ୍କାର, ମଣ୍ଡଳ ପୁଜା, ପାବତ୍ୟାଗ୍ନି ସ୍ଥାପନା, ୬ ତାରିଖରେ ମଣ୍ଡଳ ପୁଜା ନୂତନ ବିଗ୍ରହ ମାନଙ୍କ ଅଧିବାସ, ନେତ୍ରୋତ୍ସବ, ଘୃତଯଜ୍ଞ, ନାମଯଜ୍ଞାରମ୍ଭ, ଜୀବନ୍ୟାସ ୭ ତାରିଖରେ ମହାସ୍ନାନ, ମଣ୍ଡଳ ପୁଜା, ଘୃତ ଯଜ୍ଞ, ଦେବତା ସ୍ୱସ୍ତିକ ମଣ୍ଡଳେ ଶୟନ ନାମଯଜ୍ଞାରମ୍ଭ, ଜୀବନ୍ୟାସ ୮ ତାରିଖରେ ପାଶ୍ୱ ଦ୍ୱାର, ତ୍ରିଶୁଳ, ଧ୍ୱଜ ସ୍ଥାପନ ଯଜମାନ ପ୍ରତିଷ୍ଠା ମହାଧ୍ୱଜ ଭ୍ରମଣ ଓ ପୁଣ୍ଣା ହୁତି ଓ ପ୍ରସାଦ ସେବନ ନେଇ ନିଷ୍ପତି ହୋଇଛି । କାର୍ଯ୍ୟକ୍ରମରେ ଗଞ୍ଜାମର ପଣ୍ଡିତ ଅଶୋକ କୁମାର ପାଢୀ ସମସ୍ତ ପୁଜା ପାଠ ଦାୟିତ୍ୱ ତୁଲାଉଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *