ନବମ ଶ୍ରେଣି ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

Spread the love

ଜୟପୁର, ୨୬ ମଇ – ଜଣେ ନାବାଳିକାକୁ ଅପହରଣ ଓ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ପଣସପୁଟ ବାଗ୍ରାର ମନୋଜ ଖିଲ (୨୧) ।

ପୋଲିସର ସୂଚନା ଅନୁଯାୟୀ, ୧୪ ବର୍ଷିୟା ଏହି ନବମ ଶ୍ରେଣି ଛାତ୍ରୀଙ୍କୁ ପ୍ରଥମେ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମ କରିଥିଲା ଯୁବକ ଜଣକ। ପରେ ଗତ୧୭.୪.୨୩ ରେ ନାବାଳିକାକୁ ଅପହରଣ କରି ନେଇଥିଲା। ଏନେଇ ଜୟପୁର ସଦର ପୋଲିସରେ ଅଭିଯୋଗ ହେବାରୁ ପୋଲିସ ୧୧/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଜୟପୁର ସଦର ଅଞ୍ଚଳରୁ ନାବାଳିକା ଓ ଅଭିଯୁକ୍ତକୁ ଉଦ୍ଧାର କରିଥିଲା । ଡାକ୍ତରୀ ମାଇନା ପରେ ନାବାଳିକାକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏବଂ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ଵର ତାଣ୍ଡି ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *