ଅସ୍ତ୍ରୋପଚାର ପରେ ମହିଳା ମୃତ

Spread the love

ଜୟପୁର: ଅସ୍ତ୍ରୋପଚାର ପରେ ମହିଳା ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଜୟପୁର ଜିଲ୍ଲା ମେଡ଼ିକାଲରେ। ସୂଚନା ଅନୁଯାୟୀ ବୋରିଗୁମ୍ମା ଥାନା ଅନର୍ଗତ ସୁକୁଲିୟା ଗ୍ରାମର ପବିତ୍ର ନାୟକଙ୍କ ସ୍ତ୍ରୀ ନୀଳାଦ୍ରି ନାୟକ ଶନିବାର ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିଲେ। ସନ୍ଧ୍ୟାରେ ନିଜ ଘରକୁ ଫେରିଥିଲେ ନୀଳାଦ୍ରୀ। ଆଜି ଭୋରରୁ ନିଳାଦ୍ରୀଙ୍କ ସ୍ୱାସ୍ଥ୍ୟଅବସ୍ତା ବିଗିଡି ଯାଇଥିଲା। ପରିବାର ଲୋକେ ତାଙ୍କୁ ବୋରିଗୁମ୍ମା ମେଡ଼ିକାଲକୁ ଆଣିଥିଲେ। ମାତ୍ର ସେଠାରେ ନୀଳାଦ୍ରିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସରକାରୀ ନିୟମ ଅନୁଯାୟୀ ତାଙ୍କ ପରିବାରଙ୍କୁ ସହୟତା କରାଯିବ ବୋଲି କହିଛନ୍ତି ଡାକ୍ତର ପ୍ରବୀଣ କୁମାର ଦାଶ। ସେପଟେ ଘଟଣାକୁ ନେଇ ଏକ  ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଅସିବା ପରେ ହିଁ ମୃତ୍ୟୁର କାରଣ ସ୍ୱଷ୍ଟ ହେବ ବୋଲି ଅତିରିକ୍ତ ଥାନା ଅଧିକାରୀ ଦୁର୍ଗା ପରଜା କହିଛନ୍ତି।

Leave a Reply

Your email address will not be published. Required fields are marked *