ଓଡ଼ିଶା

ଆସୁଛନ୍ତି ମାଁ, ହସୁଛି କାଶତଣ୍ଡି

ଗଜପତି: ଆସୁଛନ୍ତି ମାଁ, ହସୁଛି କାଶତଣ୍ଡି । ଜଗଜ୍ଜନନୀ ମା ଦୁର୍ଗାଙ୍କ ଆଗମନରେ କାଶତଣ୍ଡିର ସମ୍ଭାରରେ ସମୃଦ୍ଧ ହୋଇଛି ଧରଣୀରାଣି। କାଶତଣ୍ଡିର ଚାମର ସ୍ପର୍ଶରେ ଧରାବତରଣ କରୁଛନ୍ତି ମା  । ଏହା ଭଗବାନଙ୍କ ଏକ ବରଦାନ ସଦୃଶ ବୋଲି ମତ ଦେଇଛନ୍ତି କବି ଓ ପ୍ରକୃତିପ୍ରେମୀ । ଗଜପତି ଜିଲ୍ଲାରୁ ଦେଖିବା ଏହି ରିପୋର୍ଟ ।

କାଶତଣ୍ଡି ଫୁଲ, ସତେ ଯେମିତି ମାଁଙ୍କ ଆଗମନକୁ ଅପେକ୍ଷା କରିଥାଏ । ପବନରେ କାଶତଣ୍ଡିର ବାସ୍ନା ପାର୍ବଣ ୠତୁର ଆଗମନର ବାର୍ତ୍ତା ଆଣିଆସିଛି। ସତେ ଯେମିତି ମର୍ତ୍ତ୍ୟ ଧାମକୁ ମାଁଙ୍କ ଆଗମନ ପାଇଁ ପ୍ରକୃତିରାଣୀ କାଶତଣ୍ଡି ଫୁଲରେ ସଜେଇ ହୋଇ ଠିଆ ହୋଇଛି । ଖାଲି ସେତିକି ନୁହେଁ, ରାସ୍ତାରେ ଯାଉଥିବା ପଥିକ ଟିଏ କ୍ଷଣିକ ପାଇଁ ଅଟକି ରହି ରାସ୍ତାର ଉଭୟ ପାର୍ଶ୍ବରେ ରହିଥିବା କାଶତଣ୍ଡି ଫୁଲର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଏ । ସକାଳ ଆଉ ସଂଧ୍ୟାର ସୂର୍ଯ୍ୟ କିରଣର ଆଲୋକ କାଶତଣ୍ଡିର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ସବୁ ସ୍ଥାନରେ ଏବେ ଖିଲିଖିଲି ହୋଇ ହସୁଛି କାଶତଣ୍ଡି ଫୁଲ । କୁହାଯାଏ କାଶତଣ୍ଡିର ଚାମର ସ୍ପର୍ଶରେ ଧରାବତରଣ କରିଥାନ୍ତି ମା ଦୁର୍ଗା । ଏହା ଭଗବାନଙ୍କ ଏକ ବରଦାନ ସଦୃଶ ବୋଲି ମତ ଦେଇଛନ୍ତି କବି ଓ ପ୍ରକୃତିପ୍ରେମୀ ।

ସବୁଠି ଏବେ ଖିଲିଖିଲି ହୋଇ ହସୁଛି ବିରଳ କାଶତଣ୍ଡି ଫୁଲ । ଜଗତଜନନୀ ମା ଦୁର୍ଗାଙ୍କ ଆଗମନ ପାଇଁ ଏବେ ମହକି ଉଠିଲାଣି ଧରାପୃଷ୍ଠ । ଆଉ, ଚଉଦିଗ ବିମଣ୍ଡିତ ହେଲାଣି କାଶତଣ୍ଡି ଫୁଲରେ । ଏହି ଫୁଲ ଅବଶ୍ୟ କୌଣସି ଦେବାଦେବୀଙ୍କ ପୂଜାରେ ଲାଗୁନଥିଲେ ମଧ୍ୟ ଏହି ଫୁଲ ବିନା ଅଧୁରା ଲାଗେ ପାର୍ବଣ ୠତୁ । ତେବେ ସବୁଠାରୁ ବଡକଥା ହେଲା ଏହି ଗଛକୁ ନା କେହି ଲଗାଏ, ନା କିଏ ପାଣି ଟୋପାଏ ଦିଏ । ତଥାପି ବିନା ଦୁଖ କଷ୍ଟରେ ଲୋକଙ୍କ ମନ ଜିଣିବା ପାଇଁ ଖରାତରା ସାଙ୍ଗକୁ କୋହଲା ପବନରେ ନାଚି ଉଠେ ଏହି ଫୁଲ । କାଶତଣ୍ଡି ଫୁଲର ମହକ ନଥିଲେ ମଧ୍ୟ ତାର ସୌନ୍ଦର୍ଯ୍ୟ ପଥଚାରୀ ମାନଙ୍କୁ ଆକର୍ଷିତ କରେ । କେବଳ ସେତିକି ନୁହେଁ, କବି ହୁଅନ୍ତୁ ଅବା ଲେଖକ, କାଶତଣ୍ଡିର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ସେମାନଙ୍କ କଲମରୁ ଝରିପଡେ ଅନେକ କବିତା ।

ନାଗେଶ୍ବର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button