ପ୍ରୋଭିଡେଂଟ ଫଣ୍ଡ୍ ପାଇଁ ଆବଶ୍ୟକ ହେଲେ ବ୍ରହ୍ମପୁର ପି ଏଫ୍ ଅଫିସ୍ ଆଗରେ ଧାରଣା ଦେବେ ଅବସରପ୍ରାପ୍ତ ଶ୍ରମିକ ଓ ସଂଘ

Spread the love

ଜୟପୁର : ସ୍ଥାନୀୟ ଯାଦବ ଭବନ ଠାରେ କାଗଜ କଳ ଶ୍ରମିକ ମାନଙ୍କ ସମସ୍ୟା ନେଇ ଏକ ବୈଠକ ଶ୍ରୀ କେଦାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ରହ୍ମପୁର ଆଂଚଳିକ ପିଏଫ୍ ଅଫିସ୍ ଯାଇ ଫେରିଥିବା ଶ୍ରମିକ ନେତା ବସନ୍ତ ବେହେରା ଜଣାଇଥିଲେ ଯେ କେସିଟି ଟ୍ରଷ୍ଟ ଶ୍ରମିକ ମାନଙ୍କ ପି ଏଫ୍ ଜମା ଟଙ୍କା ସେକ୍ୟୁରିଟି ବଣ୍ଡ୍ ଏବଂ ଆର୍ ଟି ଜି ଏସ୍ ମାଧ୍ୟମରେ ପୈଠ କରିବାକୁ ଆଂଚଳିକ ପିଏଫ୍ ଅଫିସ୍ କୁ ଲିଖିତ ଭାବେ ଜଣାଇ ଥିଲେ । କିନ୍ତୁ ପି ଏଫ୍ ଅଧିକାରୀ କହିଛନ୍ତି କେବଳ ବ୍ୟାଙ୍କ ଡ୍ରାଫ୍ଟ କିମ୍ବା ବ୍ୟାଙ୍କର୍ସ ଚେକ୍ ଆକାରରେ ହିଁ ଗ୍ରହଣ କରାଯିବ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଦେଇଥିଲେ ଯେ ମାର୍ଚ୍ଚ ମାସ ସୁଦ୍ଧା ଟ୍ରାନ୍ସଫର ହୋଇଯିବ । କିନ୍ତୁ ମାର୍ଚ୍ଚ ମାସ ରେ ଥାପର ଗୃପର କେସିଟି ଟ୍ରଷ୍ଟ ଏକ ଚିଠି ଦେଇଛି । ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ଆଗରୁ ମ୍ୟାନେଜମେଂଟକୁ ଏହି ଅସୁବିଧା କଥା ଜଣେଇଥିଲେ । ତା ସତ୍ୱେ ସେମାନେ ଅବହେଳା କରୁଥିବାରୁ ଆବଶ୍ୟକ ସ୍ଥଳେ ସଂଘ ଓ ଅବସରପ୍ରାପ୍ତ ଶ୍ରମିକ ମାନେ ବ୍ରହ୍ମପୁର ଆଂଚଳିକ ପିଏଫ୍ ଅଫିସ୍ ଘେରି କେନ୍ଦ୍ର ପି ଏଫ୍ କମିଶନରଙ୍କୁ ଜଣେଇବେ ବୋଲି କହିଥିଲେ । ଇତି ମଧ୍ୟରେ ମ୍ୟାନେଜମେଣ୍ଟ ଅଧିକାରୀ ବ୍ରହ୍ମପୁର ଆଂଚଳିକ ଅଫିସ୍ ଯାଇଛନ୍ତି ଏବଂ ଡ୍ରାଫ୍ଟ ଜରିଆରେ ପୈଠ କରିବାକୁ ସମ୍ମତି ଜଣାଇଥିବା କହିଛନ୍ତି । ତେବେ ଯଦି ସମସ୍ୟା ଦୂର ନହୁଏ ତେବେ ଦୃଢ଼ ପଦକ୍ଷେପ ନିଆଯିବ । ୨୦୨୦ ରୁ ଏ କାରଖାନା ନୂଆ କମ୍ପାନୀ ହାତକୁ ନେଇଛି । ରୁଣ ମଧ୍ୟ ୧୫୮ କୋଟି ନେଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ଷ୍ଟାଚ୍ୟୁଟରୀ ପେମେଂଟ ଗ୍ରାଚ୍ୟୁଇଟି ଦେଉନାହିଁ । କାଗଜ କଳ ଉତ୍ପାଦନ କରୁଛି । ମାର୍ଚ୍ଚ ମାସ ରେ ୨୧ କୋଟି , ଏପ୍ରିଲ୍ ରେ ୨୩ କୋଟି ଏବଂ ମେ\’ ମାସ ରେ ପ୍ରାୟ ୨୫ କୋଟିରୁ ଉର୍ଦ୍ଧ୍ୱ କାଗଜ ବିକ୍ରି ହେବ । ଗତ ୧୬ ତାରିଖରେ ମାନ୍ୟବର ବିଧାୟକ ସଭାପତି ଥିବା ୟୁନିଅନର ପ୍ରତିନିଧି ମାନେ ଆଡଭାନ୍ସ ଦରମା ( ଅଧା) ପାଇଁ ଗୁହାରୀ କରିବା ରୁ ୟୁନିଟ୍ ଶୁଣିଲେ ନାହିଁ, ତେଣୁ କାଗଜ ବୋଝେଇ ଟ୍ରକ ସବୁ ବନ୍ଦ କଲେ । ତା ସତ୍ୱେ ମ୍ୟାନେଜମେଂଟ ତା ଜିଦିରେ ଅଟଳ । ଆଜି କୁ ଦୁଇ ମାସ ହେଲା ଦରମା ନାହିଁ, କଂଟ୍ରାକ୍ଟର ଲେବର ସେକ୍ୟୁରିଟୀ ଗାର୍ଡ ମାନେ ଚାରି ମାସ ହେଲା ଦରମା ପାଇ ନାହାଁନ୍ତି । ଆନ୍ଦୋଳନ କଲେ କାରଖାନା ବନ୍ଦ କରିଦେବାର ଧମକ ଦେଉଛି ମ୍ୟାନେଜମେଣ୍ଟ । ଏଣୁ ସଭାରେ ନିଷ୍ପତି ନିଆଯାଇଛି ଯେ ଜୁନ୍ ମାସ ୧୫ ତାରିଖ ସୁଦ୍ଧା ଯଦି ସମସ୍ୟା ର ସମାଧାନ ନହୁଏ ତେବେ ଜୁନ୍ – ୧୯ ତାରିଖରୁ କାରଖାନା ମୁଖ୍ୟ ଫାଟକ ପାର୍ଶ୍ୱରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବିକ୍ଷୋଭ ସଂଗଠିତ କରାଯିବ । ଆଜିର

Leave a Reply

Your email address will not be published. Required fields are marked *