କୋରାପୁଟ ଜିଲ୍ଲା ଗସ୍ତରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ

ଜୟପୁର : ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଶୁଶିଲ କୁମାର ଲୋହାନି ଓ ସ୍ୱତନ୍ତ୍ର ପ୍ରକଳ୍ପର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଦୁଇଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି । ପ୍ରଥମ ଦିନରେ ସେ ପଟାଙ୍ଗି ବ୍ଲକର କୋଟିଆ ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ପରିଦର୍ଶନ କରି ବିଭିନ୍ନ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସର୍ବ ପ୍ରଥମେ ପ୍ରମୂଖ ସଚିବ କୁରୁଡି ପଦର ସ୍ଥିତ ମହୁ ଉତ୍ପାଦନ କେନ୍ଦ୍ର ବୁଲି ଦେଖିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ସହିତ ପ୍ରକଳ୍ପର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ । ସେ କୁରୁଡି ପଦର ଗ୍ରାମରେ ବିଜୁ ପକ୍କା ଘର ଯୋଜନାରେ ନିର୍ମାଣାଧୀନ ୧୫ ଟି କ୍ଲଷ୍ଟର ଘର ପରିଦର୍ଶନ କରିବା ସହିତ ହିତାଧିକାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ORMAS (ଓରମାସ) ଦ୍ଵାରା ପରିଚାଳିତ ଝାଡୁ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ପଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପକ୍ଷରୁ ଚାଲିଥିବା NREGA (ମନରେଗା) ଯୋଜନାରେ ଝାଡୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକାରୀ ମାନେ ଅବଗତ କରାଇଥିଲେ । ଏହା ପରେ ସେ କୋଟିଆ ସ୍ଥିତ ସୌର ପରିଚାଳିତ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲେ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଟିକିନିଖି ଆଲୋଚନା କରିଥିଲେ । ସ୍ଵତନ୍ତ୍ର କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ କୋଟିଆ ସ୍ଥିତ ମାର୍କେଟ କମପ୍ଲେକ୍ସ ପରିଦର୍ଶନ କରିଥିଲେ । ସେଠାରେ PDS (ପିଡିଏସ) ବିତରଣ ବ୍ୟବସ୍ଥାର ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ହିତାଧିକାରୀ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

ଶ୍ରୀ ଲୋହାନି ମାଡକାର ସ୍ଥିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ମାଡକାର ଠାରେ ମନରେଗା ଯୋଜନା ମାଧ୍ୟମରେ ନିର୍ମାଣଧୀନ କ୍ଲଷ୍ଟର ଗୋଶାଳା ପରିଦର୍ଶନ କରିଥିଲେ । ଏହାପରେ ଗାଲିଗବଦର ଠାରେ ବିକଶିତ ପର୍ଯ୍ୟଟନ କେନ୍ଦ୍ର ବୁଲି ଦେଖିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହି ପର୍ଯ୍ୟଟନ କେନ୍ଦ୍ରର ବିକାଶ ନିମନ୍ତେ ପରାମର୍ଶ ଦେଇଥିଲେ । ପଞ୍ଚାୟତରାଜ ପ୍ରମୂଖ ସଚିବଙ୍କ କୋଟିଆ ଗସ୍ତ ସମୟରେ କୋଟିଆ ସରପଞ୍ଚ, କୋରାପୁଟ ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ ଅଖତର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କୋରାପୁଟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଟାଙ୍ଗି, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଗ୍ରାମୀଣ ଆବାସ) ଏବଂ ଅନ୍ୟାନ୍ୟ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ ।

ଶ୍ରୀ ଲୋହାନି ଓ ଶ୍ରୀ ଡାକୁଆ ମଧ୍ୟ ବୋରିଗୁମ୍ମା ଗସ୍ତରେ ଯାଇଥିଲେ। ପ୍ରଥମେ ଜିଡିପୁଟ ମଡେଲ ଅଙ୍ଗନବାଡି କେନ୍ଦ୍ର, ଦ୍ୱିତୀୟରେ ମୁଣ୍ଡାଗୁଡା ୫ଟି ସରକାରୀ ଉଚ୍ଚବିଦ୍ୟାଳୟ, ତୃତୀୟରେ ଜୁଝାରୀରେ ରହିଥିବା ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗ ଓ ଚତୁର୍ଥରେ ଆଉଁଳୀ ଫୁଡ କୋର୍ଟ ପରିଦର୍ଶନକୁ ଯାଇଥିଲେ। ଏହି ସମୟରେ ଉପସ୍ଥିତ ଥିବା ବିଡିଓ ପ୍ରଣୟ ରଞ୍ଜନ ବେହେରାଙ୍କ ସହ ଆଲୋଚନା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *