କାଟନି ଛାଟନି ବନ୍ଦ କରି ଧାନ ଉଠାଇବା ଦାବିରେ ଜିଲା ଯୋଗାଣ ଅଧିକାରିଙ୍କୁ ଘେରାଉ

Spread the love

ଜୟପୁର : ଧାନ ଉଠାଇବା ଦାବିରେ ଜୟପୁରସ୍ଥିତ ଜିଲା ଯୋଗାଣ ଅଧିକାରିଙ୍କ କାର୍ଯ୍ୟାଳୟକୁ ଘେରାଉ କଲେ ଶତାଧିକ ଚାଷୀ । ବୋରିଗୁମ୍ମା ବ୍ଲକ ଗୁଜୁନୀଗୁଡା ପଂଚାୟତର ବେଣାଗାଁ ମଣ୍ଡିରେ ଧାନ ବିକ୍ରି କରୁଥିବା ସମସ୍ତ ଚାଷୀ ଏକତ୍ରିତ ହୋଇ ଜିଲା ଯୋଗାଣ ଅଧିକାରି ପ୍ରଦିପ ପଣ୍ଡାଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି । ରବି ଫସଲର ଅମଳ ଧାନ ସରକାରୀ ମୁଲ୍ୟ ଅନୁଯାୟୀ ବିକ୍ରି କରିବା ପାଇଁ ୨ ଶହ ଚାଷୀ କାମତା ଲ୍ୟାମ୍ପସରେ ନାମ ପଞ୍ଜିକରଣ କରିଛନ୍ତି । ପଞ୍ଜିକରଣ କରିଥିବା ଚାଷୀଙ୍କ ଟୋକେନ ଆସିଛି । ଟୋକେନ ଆସିବାର ୧୦ରୁ୧୫ ଦିନ ବିତି ଗଲାଣି ଲେପସ ହେବାର ତାରିଖ ପାଖେଇ ଆସୁଥିଲେ ସୁଦ୍ଧା କାମତା ଏମଡିଙ୍କ ଅସହଯୋଗ ଅବହେଳା ଏବଂ ମିଲରସ କୁଇଂଟାଲ ପିଛା ୫ରୁ ୭ କେଜି କଟନି ଛଟନି ଦାବି କରୁଥିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ଚାଷୀମାନେ ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ଖରା ତରାରେ ଅମଳ କରିଥିବା ଧାନକୁ ଠିକ ଭାବରେ ସରକାରୀ ନିୟମ ଅନୁଯାୟୀ ବିକ୍ରି କରିବାକୁ ଚାହୁଁ ଥିବା ନେଇ ଦାବି କରିଛନ୍ତି । ତେଣୁ ଜିଲା ଯୋଗାଣ ବିଭାଗ ଏଥି ପ୍ରତି ଗୁରୁତ୍ୱ ଦେବାକୁ ଚାଷୀ ମନବଧ ମହୁରିଆ, ଭାରତ ନାୟକ, ଅରୁଣ କୁମାର ବାଘ, ରାହୁଲ ରାଜ ମହୁରିୟା, ପରମେଶ୍ୱର ଗୌଡ, ତ୍ରିନାଥ ନାୟକ, ଜଗନ୍ନାଥ ପେଂଟିଆ ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *