ପଟ୍ଟା ପାଇଁ ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Spread the love

ଜୟପୁର, ୨୨ ମଇ : ପଟ୍ଟା ପାଇଁ ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । କୁନ୍ଦୁରା ବ୍ଲକର ପଖନାଗୁଡା ପଂଚାୟତ ଅନ୍ତର୍ଗତ ଘାଡଙ୍ଗାଗୁଡାର ଗ୍ରାମବାସୀ ଏନେଇ ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ପଦ୍ମନ ଗୌଡ, ଦୈତାରି ଗୌଡ, ଡମୁ ଗୌଡ, ତ୍ରିନାଥ ହନ୍ତାଳ ଏ ବାବଦରେ ମିଳିତ ଭାବେ ଜଣାଇଛନ୍ତି ।

ପୂର୍ବ ପୁରଷରୁ ଦଖଲରେ ଥିବା ସରକାରି ସ୍ଥଳକୁ ନିଜ ନିଜର ଚାଷ କରି ଏମାନେ ପରିବାର ଭରଣ ପୋଷଣ କରି ଆସୁଥିଲେ । ଯେପରିକି ଜମିର ରାଜସ୍ୱ ପାଉଣାକୁ ପ୍ରତିବର୍ଷ ସରକାରି କାର୍ଯ୍ୟାଳୟରେ ଟିକସ ପଇଠ କରି ଆସୁଛନ୍ତି । ବାଗଦେରି ମୌଜାରେ ଥିବା ଜମି ଭୂ ବନ୍ଦବସ୍ତ ସମୟରେ ପଟ୍ଟା ପ୍ରଦାନ କରାଯିବ ବୋଲି କହି ଜମି ଗୁଡିକୁ ମାପଜୁପ କଲେ । ନିକଟରେ ଥିବା କିଛି ଲୋକଙ୍କୁ ପଟ୍ଟା ପ୍ରଦାନ କରାଗଲା, ହେଲେ ଅନ୍ୟ ମାନଙ୍କୁ ପରେ ଦିଆଯିବ ବୋଲି କହି ଆଜି ଯାଏ ପଟ୍ଟା ପ୍ରଦାନ କଲେ ନାହିଁ । ତେଣୁ ପ୍ରଶାସନ ତୁରନ୍ତ ପଟ୍ଟା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *