ଆଜି ପେନସନ ହିତାଧିକାରିଙ୍କ ଯାଞ୍ଚ ଆରମ୍ଭ

Spread the love

ଜୟପୁର :  ଡିବିଟି ମାଧ୍ୟମରେ ଭତା ପାଉଥିବା ଭତା ହିତାଧିକାରି ଙ୍କ ଭତା ଉଠାଣ ସମସ୍ୟା ଦୁର କରିବା ପାଇଁ ପେନସନ ହିତାଧିକାରି ଙ୍କ କାଗଜ ପତ୍ର ଯାଂଚ ଶନିବାର ଆରମ୍ଭ ହୋଇଛି । ପ୍ରତ୍ୟେକ ପଂଚାୟତରେ ଟିମ ଗଠନ କରାଯାଇ ସମସ୍ତ ହିତାଧିକାରି ଙ୍କ ଘର ଘର ବୁଲି ଯାଂଚ କରାଯାଇଛି । ଆସନ୍ତା ଆଜି ଠାରୁ ୨୩ ତାରିଖ ଯାଂଚ କରାଯିବ । ହିତାଧିକାରି ଙ୍କ ଭତା ଉଠାଣ ସମ୍ପର୍କରେ ସମସ୍ୟା ଗୁଡିକ ଲିପିବଦ୍ଧ କରି ସରକାରଙ୍କୁ ଆସନ୍ତା ୨୫ା୫ା ୨୩ ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ ।  ତା ସହ ଏକ ସ୍ୱତନ୍ତ୍ର ଗ୍ରାମ ପଂଚାୟତ ସ୍ତରୀୟ ଯାଂଚ କମିଟି ଗ୍ରାମ କୁ ଯାଇ ଭତା ହିତାଧିକାରି ସହ ଯୋଗା ଯୋଗ କରିବା ସହ ଡିବିଟି ମାଧ୍ୟମରେ ଭତା ହିତାଧିକାରି ଙ୍କ ସୁବିଧାରେ ବ୍ୟାଙ୍କରୁ ଟଙ୍କା ଉଠାଣ, ଟଙ୍କା ପାଇବାରେ ଅନିୟମିତତା, କଣ ତୃଟି ଯୋଗୁଁ ବ୍ୟାଙ୍କ ରୁ ଟଙ୍କା ଉଠାଇ ନପାରିବା, କୈଣସି କାରଣରୁ ଭତା ତାଲିକାରୁ ନାମ ବାଦ ପଡିବା. ଆଧାର ଜରିଆରେ ବ୍ୟାଙ୍କ ଭତା ପ୍ରଦାନ ସମୟରେ ଉକ୍ତ ହିତାଧିକାରି ଙ୍କ ଅନ୍ୟତ୍ରରେ ଥିବା ଏକାଉଂଟରେ ଯଦି ଭତା ଟଙ୍କା ଜମା ହୋଇଥାଏ ଏଭଳି ସମସ୍ତ ତଥ୍ୟ ଅଭି ଯୋଗ କମିଟି ଦ୍ୱାରା ଲିପିବଦ୍ଧ କରାଯାଇ କିଭଳି ଡିପିଟି ପ୍ରଣାଳିକୁ ହିତାଧିକାରି ଙ୍କ ନିମନ୍ତେ ସହଜ ଓ ସରଳ କରାଯିବ ଏନେ ପଦପେକ୍ଷ ନିଆଯିବ । ଜୟପୁର ବ୍ଲକର ୨୨ଟି ପଂଚାୟତରେ ଯାଂଚ କମିଟିରେ ପିଇଓ, ଜିଆରଏସ, ଯୋଗାଣ ସହାୟକ, ଏମବିକେ, ବ୍ୟାଙ୍କ ମିତ୍ର, ସିଆରପି, ବିଏଫଟିର ସଦସ୍ୟ ମାନେ ଯାଂଚ କମିଟିରେ ରହି ଘର ଘର ବୁଲି ଯାଂଚ କରୁଥିବା ବିଡିଓ ରାଜୀବ ଦାସ, ବ୍ଲକ ସାମିଜିକ ସୁରକ୍ଷା ଅଧିକାରି କେ ଏସ ନିସା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *