ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ

Spread the love

ଢେଙ୍କାନାଳ:  ଧନଦାତ୍ରୀ ମା ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଂଚଳ ଢେଙ୍କାନାଳ ସହର। ଧନଦାତ୍ରୀ ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ସଜେଇ ହୋଇଛି ଢେଙ୍କାନାଳ ସହର। ପୂଜା ଉପଭୋଗ ସକାଶେ ପୂଜା ପ୍ରତିଷ୍ଠାନ ଗୁଡ଼ିକ ପକ୍ଷରୁ ବ୍ୟାପକ ଅର୍ଥ ବ୍ୟୟ କରାଯାଇଥିବା ସହ ପ୍ରଶାସନ ପକ୍ଷରୁ ପଲ୍ଲୀଶ୍ରୀ ମେଳାର ଆୟୋଜନ କରାଯାଉଥିବା ନେଇ ସହର ପାଲଟଛି ଲୋକାରଣ୍ୟ।

ଢେଙ୍କାନାଳ ଗଣପର୍ବ ଧନଦାତ୍ରୀଙ୍କ ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଚଳଚଞ୍ଚଳ ହୋଇଛି ସମଗ୍ର ସହର । ଆଜି ଠାରୁ ଦୀର୍ଘ ଏଗାର ଦିନ ବ୍ୟାପି ଆରମ୍ଭ ହେବାକୁ ଯାଉଛି ଧନଦାତ୍ରୀ ମା” ଗଜଲକ୍ଷ୍ମୀଙ୍କ ପୂଜା। ରାତି ବାର ପର୍ଯ୍ୟନ୍ତ ସହରରେ ଜମିବ ଭିଡ଼। ସହରର ସମୁଦାୟ ୩୮ ଗୋଟି ପୂଜା ପେଣ୍ଡାଲରେ ୧୮ ତାରିଖ ଯାଏଁ ଲାଗିରହିବ ପୂଜାର୍ଚ୍ଚନା। ମାଙ୍କୁ ଅଳଙ୍କାରରେ ସୁସଜ୍ଜିତ କରାଯିବା ସହ ଆକର୍ଷଣୀୟ ମେଢ଼ ସାଙ୍ଗକୁ ସୁଉଚ୍ଚ ତୋରଣ ଏବଂ ସୁଦୃଶ୍ୟ ଆଲୋକମାଳାରେ ସହର ପରିବେଶ  ଉତ୍ସବ ମୁଖର ହୋଇଛି। ଏପଟେ, ଶାନ୍ତିଶୃଙ୍ଖଳାର ସହକାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ନେଇ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ତତ୍ପର ହୋଇଛି ।

ବିଗତ ଦୁଇ ବର୍ଷର କୋରୋନା କଟକଣା ପରେ ପାରମ୍ପରିକ ରୀତିନୀତିରେ ଧନଧାତ୍ରୀଙ୍କ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ତେବ ଚଳିତ ବର୍ଷ ଗଜଲକ୍ଷ୍ମୀ ମାହୋଲ ସମୟରେ ଯଦି ପାଣିପାଗ ଅନୁକୂଳ ରହେ ତେବେ,ବହୁ ଆଡମ୍ବର ସହକାରେ ସମସ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିବେ ଶ୍ରଦ୍ଧାଳୁ, ଜନସାଧାରଣ ଏବଂ ଜିଲ୍ଲାବାସୀ।

ବିକାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *