ଓଏସଏସସି ନିଯୁକ୍ତି ସ୍କାମ ପ୍ରସଙ୍ଗରେ ସିବିଆଇ ତଦନ୍ତ ହେଉ : ମନମୋହନ ସାମଲ

Spread the love

ଭୁବନେଶ୍ୱର : ରାଜ୍ୟରେ ଓଏସଏସସି ନିଯୁକ୍ତି ସ୍କାମ ପ୍ରସଙ୍ଗରେ ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ସରକାର ଓଏସଏସସି ନିଯୁକ୍ତି ଦୁର୍ନୀତିକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ । ଯଦି ନୈତିକତା ଓ ସ୍ପଷ୍ଟତା ଚାହୁଁଛନ୍ତି ରାଜ୍ୟ ସରକାର ଏହା କରନ୍ତୁ । ଯଦି ନିଜ ଛବି ସୁଧାରିବା ଓ ସାଧାରଣ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି, ତେବେ ଏହା କରନ୍ତୁ । ଯଦି ନକରିବେ ଆମେ ବାଧ୍ୟ ହୋଇ ବିକଳ୍ପ ଚିନ୍ତା କରିବୁ । ସିବିଆଇ ତଦନ୍ତ କେମିତି କରିବ, ଆମେ ପଦକ୍ଷେପ ନେବୁ । ସରକାର କାଳବିଳମ୍ବ ନକରି ତଦନ୍ତ ଭାର ସିବିଆଇକୁ ଦେଉ, କେଉଁ କେଉଁ ରାଜ୍ୟ ମାନେ ସମ୍ପୃକ୍ତ ଅଛନ୍ତି କିମ୍ବା ଆମ ରାଜ୍ୟର କିଏ କିଏ ବଡପଣ୍ଡା ଅଛନ୍ତି ତାହା ଦୁଧ ପାଣି ଅଲଗା ହୋଇଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *