ଜରିପାଲ ତଳେ ବିତୁଛି ଜୀବନ । ଗୁହାରୀ ଶୁଣୁନି ପ୍ରଶାସନ

  ଜରି ପାଲ ତଳେ ବିତୁଛି ୪ପ୍ରାଣୀଙ୍କ ଜୀବନ, ଗୁହାରି ଶୁଣୁନି ପ୍ରଶାସନ।ମାଡିଆସୁଛି ଆଗକୁ ବାତ୍ଯା ଦାନା ତେବେ ପ୍ରଭାବିତ ହେବେ କି ଭଙ୍ଗାକୁଡିଆ ପରିବାର ।ସରକାର ଗରିବ ହଟାଇବାପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ପ୍ରକୃତ ହିତାଧିକାରୀ ଏହି ସବୁ ଯୋଜନା ରୁ ବଞ୍ଚିତ ଅଛନ୍ତି, ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଭଗବାନ ପୁର ପଞ୍ଚାୟତରେ । ଗ୍ରାମର ଗୀତ ନାଇକ ଙ୍କ ପରିବାର ଦୀର୍ଘ ବର୍ଷ ହେଲା ପଞ୍ଚାୟତ ଅଫିସ ପାର୍ଶ୍ଵରେ ଅତି ଦୟନୀୟ ଅବସ୍ଥାରେ ଜରି ପାଲ ତଳେ ରହିଆସୁଛନ୍ତି, ଆବାସ ଖଣ୍ତିଏ ପାଇବାର ଆସା ନେଇ  ପଞ୍ଜିକରଣ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସହାୟତା ମିଳିପାରିଲାନାହିଁ କି କୌଣସି ଅଧିକାରୀଙ୍କ ନଜର ମଧ୍ୟ ପଡୁନାହିଁ, ଏପରିକି ସ୍ତାନିୟ ଶରପଞ୍ଚ ପଞ୍ଚାୟତ କାର୍ଯ୍ଯାଳୟକୁ ଆସୁଥିଲେ ମଧ୍ୟ ନଜର ଆଢୁଆଳ ରେ ଲୁଚି ରହିଛି ଗିତା ଙ୍କ ପରିବାର । ମୁଲ ଲାଗି ପେଟକୁ ଦାନା ଯୋଗାଡ଼ କରୁଥିବାବେଳେ , ପ୍ରଶାସନିକ ଅଥିକାରୀଙ୍କ ନିକଟରେ ଗୁହାରି କଲେମଧ୍ୟ କେହି କିଛି ଶୁଣୁନଥିବାରୁ ଅତି ଦୁଃଖ କଷ୍ଟରେ ଜରିପାଲ ତଳେ ନିଜ ଭାଗ୍ୟ କୁ ଆଦରି ପଡିରହିଛନ୍ତି,ଏମିତିକି ପାନୀୟ ଜଳ ମଧ୍ୟ ଯୋଗାଇ ଦିଆଯାଇ ନାହିଁ,ଯଦି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦିଅନ୍ତେ ତେବେ ଏହି ଅସହାୟ ପରିବାର ଦୁଃଖ ଦୂର ହୋଇପାରନ୍ତା  ।ବର୍ତ୍ତମାନ ସମୟରେ ସମ୍ଭାବ୍ଯ ବାତ୍ଯା ଦାନା ମାଡିଆସିବାର ସମୟ ଅବଧି ରହିଛି।ଏବେ ବାତ୍ଯାଭୟ ଘାରୁଛି ଗିତା ଙ୍କ ପରିବାରକୁ ।ଜଦିଓ ବାତ୍ଯାହୁଏ ତାହାହେଲେ ଚାରିଜଣ ଙ୍କ ଜିବନ ଚାଲିଜିବାର ଭୟ ମଧ୍ୟ ରହଛି । ତେବେ ଏଭଳି ଦୟନିୟ ଅବସ୍ତାରେ ରହିଛନ୍ତି ଗିତା ଓ ତାଙ୍କ ସ୍ୱାମି ପାଖରେ ଅଛନ୍ତି ଦୁଇଜଣ ନାବାଳକ ନାବାଳିକା । ଗ୍ରାମବାସି ଙ୍କ କହିବା ଅନୁଜାଇ ଜଥା ଶିଘ୍ର ବାତ୍ଯାପୁର୍ବରୁ ସେମାନଙ୍କ ପରିବାର କୁ ଉଧାର କରିବା ସହ ଖଣ୍ତିଏ ଆବାସ ଜୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ସରକାର ତଥା ସ୍ତାନିୟ ପ୍ରଶାସନଙ୍କୁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *