ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋଚନ ସିଂହ

Spread the love

କାମାକ୍ଷାନଗର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋଚନ ସିଂହ। ରୋଜଗାର ପାଇଁ ଟ୍ରକରେ ହେଲ୍ପର କାମ କରୁଥିବା ଯୁବକଙ୍କ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବା ପରେ ବର୍ଷେ ହେଲା ଅର୍ଥ ଅଭାବରୁ ଚିକତ୍ସା ହୋଇ ପାରୁନାହାନ୍ତି । ଗାଡି ମାଲିକ ଚିକିତ୍ସା କଥା ଶୁଣୁ ନଥିବା ବେଳେ, ସରକାରୀ ସ୍ତରରେ ମଧ୍ୟ କୌଣସି ସୁବିଧା ମିଳୁ ନାହିଁ । ସେପଟେ ନିଜର ବୋଲି ତାଙ୍କର କେହି ନ ଥିବା ବେଳେ ବଡ଼ କଷ୍ଟରେ ସମ୍ପର୍କୀୟ ଘରେ ଆଶ୍ରୟ ନେଉଛନ୍ତି ଯୁବକ ଜଣକ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ୪ନଂ କଲୋନୀରୁ ଆସିଛି ଏହି ଦୁଃଖ ଭରା କାହାଣୀ ।

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ୪ନଂ କଲୋନୀର ୨୪ ବର୍ଷୀୟ ଯୁବକ ଲୋଚନ ସିଂ । ନିଜର ବୋଲି କେହି ନାହାନ୍ତି, ସମ୍ପର୍କୀୟଙ୍କ ଘରେ ଛୋଟରୁ ରହି ଆସିଛନ୍ତି । ବଡ଼ ହେବା ପରେ ରୋଜଗାର ଆଶା ନେଇ ସେ ଗାଁର ଶିକ୍ଷକ ପ୍ରଫୁଲ ବାରିକଙ୍କ ଟ୍ରକରେ ହେଲ୍ପର କରିବାକୁ ଯାଇଥିଲେ । କିନ୍ତୁ  ବର୍ଷ ପୂର୍ବେ ଏକ ଟ୍ରକ ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଟ୍ରକ ମାଲିକ ପ୍ରଫୁଲ ବାରିକ ଅଧା ଚିକିତ୍ସା ପରେ ତାଙ୍କୁ ଘରେ ଛାଡି ଦେଇଛନ୍ତି । ଏବେ ଅର୍ଥ ଅଭାବରୁ ତାଙ୍କ ଚିକିତ୍ସା ହୋଇପାରୁନାହିଁ  । ଯନ୍ତ୍ରଣାରେ କଲବଲ ହେଉଛନ୍ତି ଲୋଚନ । ସେପଟେ ଗାଡ଼ି ମାଲିକ ଆଉ ଚିକିତ୍ସା ପାଇଁ ଶୁଣୁନ ଥିବା ବେଳେ ସରକାରୀ ସ୍ତରରେ ମଧ୍ୟ କୌଣସି ସୁବିଧା ମିଳୁନଥିବା କହିଛନ୍ତି ସମ୍ପର୍କୀୟ ।

ତେବେ ଆଜି ପର୍ଯ୍ୟନ୍ତ ଆଧାର କାର୍ଡଟିଏ ହୋଇପାରିନଥିବା ବେଳେ ଜାତୀୟ ଖାଦ୍ୟ ସୁରକ୍ଷାରେ ରାସନ ସାମଗ୍ରୀ ତାଙ୍କୁ ମିଳିବ ବା କିପରି । ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି, ତାଙ୍କୁ ଯିଏ କାମରେ ଲଗାଇ ଥିଲେ ସେ ହିଁ ତୁରନ୍ତ ଚିକିତ୍ସା କରାଇବେ । ଏହାସହ ସରକାରୀ ସ୍ତରରେ ଖୁବ ଶୀଘ୍ର ସହାୟତା କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଗାଡି ମାଲିକ ପ୍ରଫୁଲ ବାରିକଙ୍କ ସହ ଯୋଗାଯୋଗ କରିଥିଲୁ ସେ କହିଲେ ଚିକିତ୍ସାରେ ଅବହେଳା କରିନାହିଁ କି ମୋ ଗାଡିରେ ହେଲପର ନଥିଲା ମାନବିକତା ଦୃଷ୍ଠିରୁ ତାର କେହି ନଥିବାରୁ ପ୍ରଥମେ ଚିକିତ୍ସା କରାଇଥିଲି ।

ତେବେ ଉପଜିଲ୍ଲାପାଳଙ୍କ ନିର୍ଦେଶ ପରେ ଟ୍ରକ ମାଲିକ ପ୍ରଫୁଲ ବାରିକ ତାଙ୍କର ସମ୍ପୂର୍ଣ ଚିକିତ୍ସା କରାଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଛି । ସେପଟେ କେବେ ତାଙ୍କୁ ସରକାରୀ ସହାୟତା ମିଳୁଛି ତାହା ମଧ୍ୟ୍ ଦେଖିବାକୁ ବାକି ରହିଲା ।

ସୈାମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *