ଚାରମାଳରେ ପ୍ରଭୁ ବଳଭଦ୍ର ପଡିଯିବା ଘଟଣା: ଅକ୍ଷମଣୀୟ ତ୍ରୁଟି କହିଲେ ସୁଲୋଚନା ଦାସ

ଆଡପ ପହଣ୍ଡି ବେଳେ ଚାରମାଳରେ ପ୍ରଭୁ ବଳଭଦ୍ର ପଡିଯିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଭୁବନେଶ୍ୱର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି, ଏହା ଅତ୍ୟନ୍ତ ସମ୍ୱେଦନଶୀଳ ପ୍ରସଙ୍ଗ । ଗତକାଲି ପୁରୀରେ ପହଣ୍ଡି ସମୟରେ ଯେଉଁ ଅଘଟଣ ଘଟିଲା ତାହା କୋଟି କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି। ଏହି ତ୍ରୁଟି ଅକ୍ଷମଣୀୟ । ମହାପ୍ରଭୁ ତଳେ ପଡ଼ିବା ଘଟଣା ସମସ୍ତଙ୍କୁ ଆଘାତ ଦେଇଛି। ଏଭଳି ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ବକ୍ତବ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ବିଶ୍ବର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ସମସ୍ତେ ବ୍ୟଥିତ, ମର୍ମାହତ। ଅନୁରୋଧ କି ସରକାର ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାନ୍ତୁ । ରଥଯାତ୍ରାରେ ଯେପରି ଆଉ କୌଣସି ସମସ୍ୟା ବା ବିଭ୍ରାଟ ଦେଖାନଦିଏ ସେଥିପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ସୁଲୋଚନା ଦାସ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *