ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟ ଗଲେ ସମୀର ମହାନ୍ତି

Spread the love

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ପୁଣି ଥରେ ହାଇକୋର୍ଟରେ ପହଞ୍ଚିଛି । ରତ୍ନଭଣ୍ଡାର ଖୋଲିବା ସହ ତାର ସବିଶେଷ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି । ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାରର ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ।

ରତ୍ନଭଣ୍ଡାରର ମରାମତି ନକରି ବିପଦ ସଙ୍କୁଳ ଅବସ୍ଥାରେ ରଖିବା ଅଭିଯୋଗ ଆଣିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ସମୀର ମହାନ୍ତି । ଆବେଦନରେ ଗଜପତି ଦିବ୍ୟ ସିଂହଦେବ, ଗୃହ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରସାସକ, ପୁରୀ ଜିଲ୍ଲାପାଳ, ଆଇନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *