ଦୁର୍ବଳ ହେଲା ଲଘୁଚାପ, ଆଜିଠୁ କମିବ ବର୍ଷାର ପରିମାଣ

Spread the love

ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର ।  ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ କମିବ ବର୍ଷାର ପରିମାଣ । ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨ଦିନ ଧରି ସକ୍ରିୟ ଲଘୁଚାପ ବଳରେ ରାଜ୍ୟରେ ଭଲ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରା ମାସରେ ଦେଖିବାକୁ ଗଲେ ଜୁନରେ ଅଭାବୀ ବର୍ଷା ରେକର୍ଡ କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଳା ମୟୁରଭଞ୍ଜରେ ସ୍ୱାଭାବିକ ଠାରୁ ୬୭% କମ୍ ବର୍ଷା ହୋଇଥିବା ବେଳେ ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *