ଛାତ୍ରୀଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ

ମାଲକାନଗିରି: ରାଜ୍ୟରେ ଶିକ୍ଷାହାର ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଗରିବ ଆଦିବାସୀ ପିଲା ଶିକ୍ଷା ପ୍ରତି କିଭଳି ଆକୃଷ୍ଟ ହେବେ ଏବଂ ସରକାର ନିଜସ୍ୱ ଖର୍ଚ୍ଚରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ହଷ୍ଟେଲରେ ରଖି ସବୁ ପ୍ରକାର ଆନୁସଙ୍ଗିକ ଜିନିଷ ମଧ୍ୟ ଯୋଗାଯାଉଛି।  କିନ୍ତୁ ଚିତ୍ରକୋଣ୍ଡାରେ ଥିବା ଏସଏସଡି ବିଦ୍ୟାଳୟ ଓ କୋଣ୍ଡା ରେଡି ବିଦ୍ୟାଳୟ ହଷ୍ଟେଲ ଛାତ୍ରୀମାନେ ଏଭଳି ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।

ଛାତ୍ରୀଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ।  ଏହାସହ ତେଲ, ପନିପରିବା ନଷ୍ଟ ହେଲେ ବି ଖାଇବାକୁ ଦିଆଯାଉଛି। ଷ୍ଟାଇପେଣ୍ଡ ଟଙ୍କା, ସାଇକେଲ ପାଇଁ ଟଙ୍କା ମଧ୍ୟ ଆଜି ଯାଏ ମିଳିନାହିଁ। ହଷ୍ଟେଲରେ ବ୍ୟବହାର ନିମନ୍ତେ ମଗ ବାଲ୍ଟି, କି ଖେଳ ସାମଗ୍ରୀ ମଧ୍ୟ ଦେଉନାହାନ୍ତି ହଷ୍ଟେଲ କର୍ତ୍ତୃପକ୍ଷ। ଛାତ୍ରୀମାନଙ୍କୁ ସଠିକ ଗୁଣମାନର ଖାଦ୍ୟ ଦେଉନଥିବା ବେଳେ ହଷ୍ଟେଲର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ମାଲକାନଗିରି ଚିତ୍ରକୋଣ୍ଡାରେ ଥିବା ଏସଏସଡି ବିଦ୍ୟାଳୟ ଓ କୋଣ୍ଡା ରେଡି ବିଦ୍ୟାଳୟ ହଷ୍ଟେଲ ଛାତ୍ରୀମାନେ। ଏହି ଦୁଇଟି ହଷ୍ଟେଲର ଦାୟିତ୍ୱ ନେଇଛନ୍ତି ଏସଏସଡି ବିଦ୍ୟାଳୟର ପ୍ରଧାନଶିକ୍ଷକ। ପ୍ରଶାସନ ଗାଇଡ଼ ଲାଇନ ବଦଳରେ ନିଜସ୍ୱ ଇଛାରେ ହଷ୍ଟେଲ ଚଳାଉଥିବା ବେଳେ ପ୍ରଧାନଶିକ୍ଷକ ନିର୍ଦ୍ଦେଶରେ ଏପରି ନିମ୍ନମାନର ରାସନ ଆସେ ବୋଲି ସ୍ୱକାର କରିଛନ୍ତି ରୋଷେୟା।

ସେପଟେ ପୁଣି ପ୍ରଧାନଶିକ୍ଷକ କଢା ତାଗିଦ, ଯଦି  ହଷ୍ଟେଲ କଥା କାହା ଆଗରେ କହିବ ତାଙ୍କୁ ସବୁଦିନ ପାଇଁ tc ଦେଇ ବିଦା କରାଯିବ। ଅନ୍ୟପଟେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ସରପ୍ରାଇଜ ଗସ୍ତ କରିଥିବା ବେଳେ ପ୍ରଧାନଶିକ୍ଷକଙ୍କ ଗୁମର ଖୋଲିଥିଲେ ଅସନ୍ତୁଷ୍ଟ ଛାତ୍ରୀ।

 ସେପଟେ ଏହି ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।

ସନ୍ତୋଷ ନାଗଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *