ନନ୍ଦିଘୋଷ ରଥକାଠ ଭାଙ୍ଗିଲେ ଅଭିମାନି ମା ଲକ୍ଷ୍ମୀ

Spread the love

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରାରେ ମାନବୀୟଲୀଳା ଦେଖିବାକୁ ମିଳିଥାଏ । ଶ୍ରୀଜଗନ୍ନାଥ ଏତେ ବଡ଼ ଘୋଷଯାତ୍ରାରେ ବାହାରି ନିଜ ସ୍ତ୍ରୀ ମା ଲକ୍ଷ୍ମୀଙ୍କୁ ନନେଇ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦିକୁ ରଥଯାତ୍ରାରେ ଯାଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ମା ଲକ୍ଷ୍ମୀ ରାଗରେ ଜର୍ଜରିତ ହୋଇ ମା ବିମଳାଙ୍କୁ ସମସ୍ତ ଘଟଣା ଜଣାଇଥିଲେ । ମା ବିମଳାଙ୍କ ପରାମର୍ଶକ୍ରମେ ମା ଲକ୍ଷ୍ମୀ ମୋହଚୁର୍ଣ୍ଣ ଧରି ହେରାପଞ୍ଚମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଦର୍ଶନ ସମୟରେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଫେରିବା ପାଇଁ ମା ଲକ୍ଷ୍ମୀ ମୋହଚୁର୍ଣ୍ଣ ପକାଇଥିଲେ । ବାଟରେ ଦେଢଶୁର ଥିବାରୁ ମା ଲକ୍ଷ୍ମୀ ଚାଲିଯିବାକୁ କହି ଶ୍ରୀଜଗନ୍ନାଥଙ୍କ ଆଦେଶମତେ ମୁଖ୍ୟ ଦ୍ଵାର ବନ୍ଦ କରି ଦେଇଥିଲେ । ଏଥିରେ ଅପମାନିତ ହୋଇ ମା ଲକ୍ଷ୍ମୀ କ୍ରୋଧରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ନିକଟକୁ ଆସି ରଥକାଠ ଭାଙ୍ଗି ହେରାଗୋହିରି ସାହିବାଟେ ଶ୍ରୀମନ୍ଦିରକୁ ଫେରିଥିଲେ । ଏହି ପରମ୍ପରା ବହୁବର୍ଷ ଧରି ଚାଲି ଆସୁଛି ।

ହେରାପଞ୍ଚମୀ ଆଷାଢ ଶୁକ୍ଲ ଷଷ୍ଠୀ ତିଥିରେ ପଡ଼ିଥାଏ । ଏହାକୁ ହେରାପଞ୍ଚମୀ, ହେରା ଉତ୍ସବ ବା ଲକ୍ଷ୍ମୀ ବିଜୟ ଉତ୍ସବ କୁହାଯାଏ । ହେରାପଞ୍ଚମୀ ଦିନ ଏହି ନୀତିକୁ ପାଳିଆ, ପୁଷ୍ପପାଳକ, ଚାଙ୍ଗଡ଼ା, ମେକାପ, ପୂଜାପଣ୍ଡା, ମୁଦୁଲି, ମହାଜନ, ବିମାନବଡ଼ୁ, ପତ୍ରୀ, ଭିତରଚ୍ଛ ମହାପାତ୍ର, ବରାଗଡ଼ୁ ଆଦି ସେବକମାନେ ନୀତି ମୁତାବକ ସେବା ସମ୍ପାଦନ କରିଥିଲେ । ଭଣ୍ଡାରଘରୁ ମା ଲକ୍ଷ୍ମୀଙ୍କୁ ମାଜଣ କରାଯିବା ପରେ ବନକଲାଗି କରାଯାଇଥିଲା । ଭଣ୍ଡାରଘରୁ ପାଟଶାଢି, ଅଳଙ୍କାର ଅଣାଯାଇ ମାଙ୍କୁ ବେଶ କରାଯାଇଥିଲା । ବଟମୂଳେ ଥିବା ବିମାନରେ ମା ଲକ୍ଷ୍ମୀ ବିଜେ କରି ସିଂହଦ୍ଵାର ଦେଇ ବଡ଼ଦାଣ୍ଡରେ ଆସି ଗୁଣ୍ଡିଚା ମନ୍ଦିର ନନ୍ଦିଘୋଷ ନିକଟରେ ଅଟକି ଥିଲେ । ରଥ ନିକଟରେ ପ୍ରସାଦଲାଗି, ବନ୍ଦାପନା, ଆଲଟଚାମର ନୀତି, ଘଷାବିଡ଼ିଆ ଓ ଦହି ପଟି ଲାଗି ହୋଇଥିଲା ।     

Leave a Reply

Your email address will not be published. Required fields are marked *