ଶକ୍ତିସ୍ୱରୂପିଣୀ ମା’ କଟକଚଣ୍ଡୀଙ୍କୁ ଦର୍ଶନ କରି ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛି : ରାଷ୍ଟ୍ରପତି

Spread the love

ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କଟକ ଆସି ଶକ୍ତିସ୍ୱରୂପିଣୀ ମା’ କଟକଚଣ୍ଡୀଙ୍କୁ ଦର୍ଶନ କରି ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ସେ ନିଜେ ଓଡିଆ ଭାଷାରେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି, “ଐତିହାସିକ ଏ ଦୁର୍ଗ ବାରବାଟୀ ବୀରରକ୍ତ ପିଣ୍ଡେ ଗଢ଼ା ଯା’ର ମାଟି ।”

ଐତିହାସିକ ବାରବାଟୀ ଦୁର୍ଗକୁ କୋଳରେ ଧରିଥିବା ଏବଂ ବାଲିଯାତ୍ରା ଓ ତାରକସି ପାଇଁ ବିଶ୍ୱ-ପ୍ରସିଦ୍ଧି ଲାଭ କରିଥିବା ସହସ୍ରାବ୍ଦୀ ନଗର କଟକକୁ ମୁଁ ପ୍ରଣାମ କରୁଛି ଏବଂ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି । କଟକରେ ପହଞ୍ଚି ପ୍ରଥମେ ମୁଁ ଶକ୍ତିସ୍ୱରୂପିଣୀ ମା’ କଟକଚଣ୍ଡୀଙ୍କୁ ଦର୍ଶନ କରି ରାଜ୍ୟବାସୀ, ଦେଶବାସୀ ଏବଂ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛି ।

Leave a Reply

Your email address will not be published. Required fields are marked *