ଅଧାରୁ ଅଟକି ରହିଛି ମଧୁ ପୀଠ ଉନ୍ନତି କାର୍ଯ୍ୟ। ଉନ୍ନତିକରଣ ପ୍ରକଳ୍ପ ପାଇଁ ହସ୍ତାନ୍ତର ହୋଇପାରି ନାହିଁ ଜମି। କଟକ ଜିଲ୍ଲା ସାଲେପୁର ବ୍ଳକ ସତ୍ୟଭାମାପୁର ମଧୁବାବୁଙ୍କ ଜନ୍ମ ପୀଠ । ମଧୁ ପୀଠକୁ ଗମନାଗମନ ପାଇଁ ପ୍ରାୟ 7 କୋଟି ଟଙ୍କା ବ୍ୟୟରେ ହୋଇଥିଲା ରାସ୍ତା ନିର୍ମାଣ କାର୍ଯ୍ୟ। ହେଲେ ଅଧାରୁ ଅଟକି ଗଲା ପ୍ରକଳ୍ପ କାର୍ଯ୍ୟ। ମଧୁବାବୁଙ୍କ ଜମି କସ୍ତୁରବା ଗାନ୍ଧୀ ଟ୍ରଷ୍ଟ, ଗାନ୍ଧୀ ସ୍ମାରକ ନିଧି ଟ୍ରଷ୍ଟ ଓ ମଧୁସ୍ମୃତି କମିଟି ନାମକ ତିନିଗୋଟି ସଂସ୍ଥା ନାମରେ ରହିଛି। ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଏନଓସି ପ୍ରଦାନ କରାଯାଇନଥିବାରୁ ଉନ୍ନତିକରଣ ପ୍ରକଳ୍ପରେ ବାଧକ ସାଜିଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ସେପଟେ ପ୍ରଶାସନ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟର ତ୍ୱରାନ୍ୱିତ ନହୁଏ ଆସନ୍ତା ପ୍ରେବୃଆରୀ ମାସ 4 ତାରିଖରେ ମଧୁବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ଗଣଧାରଣା ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତ।
ଘଟଣାକୁ ନେଇ ମଧୁବାବୁଙ୍କ ଟ୍ରଷ୍ଟ ପକ୍ଷରୁ ସମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ଟ୍ରଷ୍ଟି। ମଧୁବାବୁଙ୍କ ପୀଠର ଉନ୍ନତିକରଣ ପାଇଁ ଜମିର ଏନଓସି ଓ ଏମଓୟୁ ପ୍ରଦାନ ଦିଗରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଛି। ଏଥିସହ ମଧୁବାବୁଙ୍କ ଦ୍ୱାରା ନିର୍ମିତ କୁଟୀର ଶିଳ୍ପ ଓ ଗ୍ରାମ୍ୟ ଶିଳ୍ପର ବିକାଶ ଦିଗରେ ପ୍ରଶାସନ ସହ ମଧ୍ୟ ଆଲୋଚନା କରାଯାଇଛି। ଯେଉଁମାନେ ଧାରଣା ଦେବେ ଆମେ ସେମାନଙ୍କୁ ବିରୋଧ କି ସ୍ୱାଗତ କରିବାର ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ମଧୁବାବୁଙ୍କ ପୀଠର ଯାହାକିଛି ଉନ୍ନତି କରାଯାଇଛି ସେ ସବୁ ଗ୍ରାମବାସୀ ପକ୍ଷରୁ ପ୍ରଶାସନ ନିକଟରେ ଦାବି ହୋଇଛି। ଅନ୍ୟ ବରପୁତ୍ର ମାନଙ୍କ ପୀଠର ଉନ୍ନତି ଯେଭଳି ସରକାର କରିଛନ୍ତି ଆସନ୍ତା ଫେବ୍ରୁଆରୀ ମାସ 4 ତାରିଖ ପୂବରୁ ସେଭଳି କାର୍ଯ୍ୟ କରାନଗଲେ ଧାରଣା ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଗୋଟିଏ ପଟେ ମଧୁବାବୁଙ୍କ ଗ୍ରାମ ସତ୍ୟଭାମାପୁର ଗ୍ରାମବାସୀ, ଅନ୍ୟପଟେ ଟ୍ରଷ୍ଟ ସଦସ୍ୟ । ଉଭୟଙ୍କ ଭିତରେ ଥିବା ବିବାଦକୁ ନେଇ ପ୍ରକଳ୍ପ କାର୍ଯ୍ୟ କେବେ ଆରମ୍ଭ ହେବ? କେବେ ଶେଷ ହେବ? ତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସରକାର ଓ ପ୍ରଶାସନ ଗୁରୁତ୍ଵ ନେଇ ମଧୁ ପୀଠ ଉନ୍ନତି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରିବାକୁ ଦାବି ହେଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now