୧୦ କେଜି ଗଞ୍ଜେଇ ଜବତ, ୩ ଗିରଫ

Spread the love

ମାଲକାନଗିରି : ପୋଲିସର ପାଟ୍ରୋଲିଙ୍ଗ ବେଳେ ଗଞ୍ଜେଇ ଚାଲାଣ କରୁଥିବା ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବିଶ୍ଵଜିତ ମଧୁ, ସଞ୍ଜିତ ବାରୋଇ ଓ ବାପି ବାରୋଇ।

ପୋଲିସର ସୂଚନା ଅନୁଯାୟୀ ଆଜି ଭୋର ଚାରିଟା ସମୟ ରେ କାଲିମେଳା ଥାନା ଏସଆଇ ସୁଜିତ କୁମାର ବିଶ୍ଵାସଙ୍କ ନେତୃତ୍ଵରେ ଏକ ଟିମ ପେଟ୍ରୋଲିଙ୍ଗ କରୁଥିଲା ବେଳେ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମଭି ୬୬ ଗ୍ରାମ ନିକଟରେ ବାଇକ ରେ ୩ ଜଣ ଗଞ୍ଜେଇ ନେଇ ଯାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କଲା ବେଳେ ସେମାନଙ୍କ ପାଖରୁ ୧୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେମାନଙ୍କୁ ଥାନାରେ ଅଟକ ରଖା ଯାଇ କେଶ ନମ୍ବର ୧୮୫/୨୩ ରୁଜୁ କରି ଆଜି କୋର୍ଟଚାଲାଣ କରାଯାଇ ଛି। ଏହାର ଅଧିକ ତଦନ୍ତ ଏସଆଇ ସୁଜିତ କୁମାର ବିଶ୍ଵାସ କରୁଥିବା ଦାୟିତ୍ଵରେ ଥିବା ଥାନା ଅଧିକାରୀ ନରେନ୍ଦ୍ର ପ୍ରସାଦ ଭତ୍ରା କହିଛନ୍ତି ।

Leave a Reply

Your email address will not be published. Required fields are marked *